fbpx

ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଉଠାଇନେଲେ ସେନା, ଏପରି ରହିଛି କାରଣ

ଖାରତୁମ: ଉତ୍ତର ଆଫ୍ରିକୀୟ ଦେଶ ସୁଡ଼ାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଲୋକଙ୍କ ରାଗ ବଢ଼ିବାରେ ଲାଗିଛି ଓ ସେମାନେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଲୋକମାନେ ସେନାଠାରୁ ତଖ୍ୟାପଲଟ ବା ଗାଦିଚ୍ୟୁତର ନିବେଦନ କରିଥିଲେ । ଏହାରି ମଧ୍ୟରେ ସୁଡ଼ାନର ପ୍ରଧାନମନ୍ତ୍ରୀ ଅବଦୁଲା ହମଦୋକଙ୍କୁ ସୁରକ୍ଷାବଳଙ୍କ ଏକ ଟିମ ଗିରଫ କରିଛି । ଖବର ମୁତାବକ, ସୁରକ୍ଷାକର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ୫ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଉଠାଇନେଇଛନ୍ତି । ସମସ୍ତଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି । ଲୋକଙ୍କ ଦ୍ୱାରା ନିଯୁକ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏଭଳି କରାଯାଉଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ହମଦୋକଙ୍କୁ ସୋମବାର ଦିନ ସଶସ୍ତ୍ର ବାହିନୀ ଗିରଫ କରିବା ସମ୍ପର୍କରେ ଦେଶର ସୂଚନା ମନ୍ତ୍ରଣାଳୟ ସୂଚନା ଦେଇଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ‘ଏହି ତଖ୍ୟାପଲଟ ବା ଗାଦିଚ୍ୟୁତରେ ଭାଗ ନେବାକୁ ମନା କରିଥିଲେ ପ୍ରଧାନମନ୍ତ୍ରୀ ଅବଦୁଲା ହମଦୋକ । ଫଳରେ ସେନାର ଏକ ଟିମ୍ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ସହିତ ଏକ ଅଜ୍ଞାତ ସ୍ଥାନକୁ ଉଠାଇନେଇଥିଲେ ।’

Get real time updates directly on you device, subscribe now.