fbpx

ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା: ଦିଲ୍ଲୀରେ ଲ୍ୟାଣ୍ଡିଂ ପାଇଁ ଅନୁମତି ନାହିଁ, ପିଛା କରୁଛି ସୁଖୋଇ-୩୦MK

ନୂଆଦିଲ୍ଲୀ: ତେହରାନରୁ ଚୀନ ଯାଉଥିବା ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ଭାରତୀୟ ବାୟୁସୀମା ଭିତରେ ଥିବାବେଳେ ଇରାନୀୟ ବିମାନରେ ବୋମା ଥିବା ଜଣାପଡିଛି । ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପକ୍ଷଣୁ ତୁରନ୍ତ ଆକ୍ସନ ନିଆଯାଇଛି । ନୂଆଦିଲ୍ଲୀ ଆଡକୁ ଆସିବା ବେଳେ ପିଛା କରିଛି ଭାରତୀୟ ବାୟୁସେନା । ଯୋଧପୁର ଓ ପଞ୍ଜାବ ଏୟାରବେସରୁ ପିଛା କରୁଛି ସୁଖୋଇ-୩୦ଏମକେ । ହାଇ ଆଲର୍ଟ ସହ ଦିଲ୍ଲୀରେ ଅବତରଣ ପାଇଁ ମିଳିଲା ନାହିଁ ଅନୁମତି । ବୋମା ଥିବା ଇରାନୀୟ ବିମାନଟି ଏବେ ଚୀନ୍ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।

ତେବେ ପୋଲିସକୁ ୯.୨୦ରେ ଫୋନ୍ ଆସିଥିଲା, ଯେଉଁଥିରେ ବିମାନରେ ବୋମା ଥିବା ସୂଚନା ଦିଆଯାଇଥିଲା । ଅନ୍ୟପଟେ ଜୟପୁରରୁ ଆସିଥିବା ଖବର ମୁତାବକ, ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା ଥିବାର ସୂଚନା ମିଳିବା ପରେ ବିଦେଶୀ ଫ୍ଲାଇଟ୍ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲା । କିନ୍ତୁ ତାକୁ ଜୟପୁରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା । ବୋମା ବିପଦକୁ ନେଇ ଅଧିକାରୀମାନେ କିଛିି ସ୍ପଷ୍ଟ କରିନାହାଁନ୍ତି । ଏହା ସହ ଏବେ ବିମାନକୁ ଦିଲ୍ଲୀରେ ବି ଅବତରଣ କରିବାକୁ ମନା କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.