fbpx

ରେପ୍ ପୀଡିତାଙ୍କୁ ଛୁଆ ଜନ୍ମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ଗର୍ଭପାତ କରିବାକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ନିକଟରେ ବମ୍ବେ ହାଇକୋର୍ଟ ଜଣେ ନାବାଳିକାଙ୍କୁ ୧୬ ସପ୍ତାହର ଗର୍ଭଧାରଣାକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି । ସେ ଯୌନ ଶୋଷଣର ଶିକାର ଥିବା ସହ ଆଇପିସି ଧାରା ୩୦୨ ଅଧିନରେ ହତ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ଜଷ୍ଟିସ୍ ଏଏସ୍ ଚନ୍ଦୁରକର ଓ ଉର୍ମିଳା ଯୋଶୀ-ଫାଳକେ କହିଛନ୍ତି ଯେ, ‘ଛୁଆକୁ ଜନ୍ମ ଦେବା କି ନଦେବା ମହିଳାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହାକୁ ଭାରତ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରଦାନ କରାଯାଇଛି ।’ ଏହା ସହ କୋର୍ଟ କହିଛନ୍ତି ଯେ, ‘ତାଙ୍କୁ ଛୁଆ ଜନ୍ମ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । ସେମାନଙ୍କ ପାଖରେ ଛୁଆକୁ ଜନ୍ମ ନେବା ବା ନଦେବାର ବିକଳ୍ପ ରହିଛି ।’

ତେବେ ଆବେଦନ ଜଣେ ନାବାଳିକା ଥିବା ସହ ହତ୍ୟା କରିଥିଲେ ଓ ତାଙ୍କୁ ଏକ ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇଥିଲା । ଯାଞ୍ଚ ପରେ ଜଣାପଡିଲା କି, ସେ ଯୌନ ଶୋଷଣର ଶିକାର ହୋଇଥିଲେ । ରେପ୍ ପୀଡିତାଙ୍କ ଦ୍ୱାରା ଅଭିଯୁକ୍ତ ବିରୋଧରେ ପୋସ୍କୋ ଆକ୍ଟ ଅନୁସାରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ସେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଯୌନ ଶୋଷଣ ହେତୁ ତାଙ୍କୁ ଆଘାତ ଲାଗିଛି । ଏହାର ସେ ବାରମ୍ବାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଏକ ଛୁଆ ଜନ୍ମ କରିବା ଦ୍ୱାରା ସମସ୍ୟା ହେବ, କାରଣ ସେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନୁହଁନ୍ତି କି ମାନସିକ ସ୍ତରରେ ପ୍ରସ୍ତୁତ ନାହାଁନ୍ତି । ଏହା ସହ ଏକ ଅବାଞ୍ଛିତ ଗର୍ଭଧାରଣ ।

ମେଡିକାଲ୍ ଟର୍ମିନେସନ୍ ଗର୍ଭଧାରଣ ଆଇନ ୧୯୭୧ ର ଧାରା ୩ ଅନୁସାରେ, ରେପ୍ ପୀଡିତାଙ୍କୁ ୧୬ ସପ୍ତାହର ଗର୍ଭଧାରଣାକୁ ସମାପ୍ତ କରିବାକୁ ଏହି ବେଞ୍ଚ ଅନୁମତି ଦେଇଛି । ଏହି ନିୟମ ଗର୍ଭଧାରଣର ସମାପ୍ତି ପାଇଁ ପ୍ରଦାନ କରିଥାଏ । ଏହି ଅଧିନିୟମ ଅନୁଯାୟୀ, ଡାକ୍ତରଙ୍କ ମତ ଆଧାରରେ ୧୨ ସପ୍ତାହ ପର୍ଯ୍ୟନ୍ତ ଏବଂ ଦୁଇ ଡାକ୍ତରଙ୍କ ମତ ଆଧାରରେ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ, ଯଦି ଗର୍ଭବତୀ ମହିଳାଙ୍କ ଜୀବନ ଓ ତାଙ୍କ ମାନସିକତା କିମ୍ବା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ଥାଏ ।

Get real time updates directly on you device, subscribe now.