fbpx
BJD SKY
BJD SKY

ନୂପୁର ଶର୍ମା ବିବାଦକୁ ନେଇ ବିଧାନସଭାରେ ଝଡ଼, ମୁହାଁମୁହିଁ ହେଲେ ବିରୋଧୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । କିନ୍ତୁ ଅଧିବେଶନରେ ପ୍ରଥମ ଦିନରେ ଦେଖିବାକୁ ମଳିଛି ବିରୋଧୀଙ୍କ ହଙ୍ଗାମା । ନୂପୁର ଶର୍ମ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି ।

ସୂଚନା ଅନୂଯାୟୀ, ଅଧିବେଶନ ଆରମ୍ଭରେ ନୂପୁର ଶର୍ମା ବିବାଦ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଉପନେତା ବିଷ୍ଣୁ ସେଠିଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଉଭୟ ଦଳର ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ଅପରାହ୍ନ ୪ ଟା ଯାଏଁ ମୁଲତବି ରଖାଯାଇଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ନୂପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଟ। ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ନରସିଂହ ମିଶ୍ର ପୁଣି ଥରେ କହିବା ବେଳେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।

ନରସିଂହଙ୍କୁ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଜବାବ ଦେଇ କହିଥିଲେ କଂଗ୍ରେସର ଶିରୋ ନାସ୍ତି ଶିରୋ ପୀଡା । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁ ସେଠି ପ୍ରଶ୍ନ କରିଥିଲେ। ଗୃହରେ ନୁପୁର ଶର୍ମା ସଦସ୍ୟ ନୁହେଁ କାହିଁକି ସେ ବିଷୟରେ ଆଲୋଚନା ହେବ ବୋଲି ମଧ୍ୟ କହିଥିଲେ, ସେ ଆହୁରି କହିଥିଲେ ବିଜେପି ନୁପୁରୁଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସହ କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ କଡା ସମାଲୋଚନା କରିଥିଲେ ବିଷ୍ଣୁ । ଆଉ ଏହାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ।

Get real time updates directly on you device, subscribe now.