fbpx

୪୦ ଟଙ୍କାରେ ନିଜର ଚିକିତ୍ସା କରାଉଛନ୍ତି ଧୋନୀ, ହେଲେ ଡାକ୍ତର ଜାଣିନଥିଲେ ସେ କାହାର ଚିକିତ୍ସା କରୁଛନ୍ତି ?

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। ତଥାପି ସେ ୪୦ ଟଙ୍କିଆ ଚିକିତ୍ସା କରୁଛନ୍ତି। ଏମଏସ ଧୋନୀ ଆଣ୍ଠୁଜନିତ ସମସ୍ୟାରେ ପୀଡିତ। ଏହାର ଚିକିତ୍ସା ପାଇଁ ସେ ଆୟୁର୍ବେଦର ସାହାରା ନେଇଛନ୍ତି। ଆଉ ଆୟୁର୍ବେଦ ଡାକ୍ତରଙ୍କ ଫି ମାତ୍ର ୪୦ ଟଙ୍କା ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରାଞ୍ଚିର ଏକ ଅଞ୍ଚଳକୁ ଯାଉଥିବାର ଫଟୋ ସାମାଜିକ ଗଣମାଧ୍ୟମର ଧ୍ୟାନ ଆକର୍ଷିତ କରିଛି। ୪୧ ବର୍ଷୀୟ ଧୋନୀ ମିଡିଆ ନଜରୁ ନିଜକୁ ଦୂରେଇ ରଖି ଏକ ଗାଁର ବୈଦ୍ୟଙ୍କୁ ଭେଟିଛନ୍ତି। ଏହି ବୈଦ୍ୟଙ୍କ ଫି ହେଉଛି ମାତ୍ର ୪୦ ଟଙ୍କା। ସବୁଠୁ ବଡ କଥା ବୈଦ୍ୟ ଆରମ୍ଭରୁ ଜାଣିନଥିଲେ ଯେ, ଧୋନୀ କିଏ ? ପରେ ଯେତେବେଳେ ତାଙ୍କ ପିଲାମାନେ ତାଙ୍କ ସହ ସେଲଫୀ ନେଲେ, ତା ପରେ ଯାଇ ବୈଦ୍ୟ ଜାଣିପାରିଥିଲେ ଯେ, ସେ କାହାର ଚିକିତ୍ସା କରୁଛନ୍ତି।

ଧୋନୀଙ୍କ ବାପା-ମା ମଧ୍ୟ ବୈଦ୍ୟ ଖରବାରଙ୍କ ନିକଟରେ ଚିକିତ୍ସା କରାଇଥିଲେ। ତାଙ୍କ ଚିକିତ୍ସାରେ ସେମାନଙ୍କୁ ଉପଶମ ମିଳିଥିଲା। ସେଥିପାଇଁ ଧୋନୀ ନିଜର ଆଣ୍ଠୁ ସମସ୍ୟା ପାଇଁ ବୈଦ୍ୟଙ୍କ ନିକଟକୁ ଯିବା ପାଇଁ ଉଚିତ୍ ଭାବିଥିଲେ। ବୈଦ୍ୟ କହିଛନ୍ତି, ଧୋନୀ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ମୋ ନିକଟକୁ ଚିକିତ୍ସା ପାଇଁ ଆସିଥାନ୍ତି। ସେଲିବ୍ରିଟି ହେବା ନେଇ ତାଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ। ପ୍ରତି ଚାରି ଦିନରେ ଧୋନୀ ଥରେ ଆସୁଥିବାରୁ ଏଠାରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଭିଡ ଜମୁଛି। ସେଥିପାଇଁ ଏବେ ଧୋନୀ କାରରେ ବସୁଛନ୍ତି ଏବଂ ସେଠାରେ ହିଁ ତାଙ୍କୁ ଔଷଧ ଦେଉଥିବା ବୈଦ୍ୟ କହିଛନ୍ତି।

 

Get real time updates directly on you device, subscribe now.