fbpx

ସ୍ତନ କର୍କଟ ବିନାଶ ପାଇଁ ଔଷଧର ଆବିଷ୍କାର କରି ଦୁବାଇରେ ସମ୍ମାନିତ ହେଲେ ଓଡ଼ିଆ ଡାକ୍ତର ସନ୍ଦିପ କେ ମିଶ୍ର

ଦୁବାଇ(ଓଡ଼ିଶା ଭାସ୍କର ): ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍ ଆବିଷ୍କାର ପାଇଁ ସିନିୟର ମଲିକୁଲାର ଅଙ୍କୋଲୋଜିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ସନ୍ଦିପ କେ ମିଶ୍ରଙ୍କୁ ଦୁବାଇରେ ପୁରସ୍କୃତ କରାଯାଇଛି। DBT ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ, ଭୁବନେଶ୍ବରରେ ପ୍ରଯୁକ୍ତିବିଦ୍ୟା ଅଧୀନରେ ସିନିୟର ମଲିକୁଲାର ଅଙ୍କୋଲୋଜିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ସନ୍ଦିପ କେ ମିଶ୍ରଙ୍କୁ ମଲିକୁଲାର ଅଙ୍କୋଲୋଜି-ଦୁବାଇ ୨୦୨୨ ରେ ଆନ୍ତର୍ଜାତୀୟ ସମ୍ମିଳନୀରେ ଅତିଥ ଭାବରେ ସମ୍ମାନିତ ତଥା ମୁଖ୍ୟ ନୋଟ୍ ସ୍କ୍ରିକର ଭାବରେ ନିମନ୍ତ୍ରଣ କରାଯାଇଥିଲା। ସେ ଦୁବାଇ ସରକାରଙ୍କ ଉପଦେଷ୍ଟାଙ୍କ ସହ ପ୍ରକ୍ରିୟା ଆରମ୍ଭ କରିଥିଲେ ଯାହା ୧୭ ” ଜୁନ, ୨୦୨୨ ରେ ଆୟୋଜିତ ହୋଇଥିଲା। ତାଙ୍କର ସମ୍ପୂର୍ଣ ପରିଦର୍ଶନ IMRF , ଦୁବାଇ , ଏକାଡ଼େମିକ୍ ଅଧ୍ୟାୟ , ସଂଯୁକ୍ତ ଆରବ ଏମିରେଟ୍ ଦ୍ଵାରା ପ୍ରୟୋଜିତ ହୋଇଥିଲା।

ଡକ୍ଟର ମିଶ୍ରଙ୍କୁ ୟୁଏଇ ଇଣ୍ଡୋ ବିଜୁ କେନେଡି ଡିଷ୍ଟିଙ୍ଗୋଡ୍ ରିସର୍ଚ୍ଚ ଏକ୍ସକ୍ଲେନ୍ସ ଆୱାର୍ଡ ୨୦୨୨ରେ ପୁରସ୍କୃତ କରାଯାଇଛି , ଯାହା ମଲିକୁଲାର ଅଙ୍କୋଲୋଜିରେ କ୍ରମାଗତ ଉନ୍ନତ ପ୍ରଦର୍ଶନକୁ ସ୍ବୀକୃତି ପ୍ରଦାନ କରୁଛି। ଡକ୍ଟର ମିଶ୍ର ସ୍ତନ କର୍କଟକୁ ବିନାଶ କରୁଥିବା ଔଷଧ ଗୁଡ଼ିକ ଉପରେ ତାଙ୍କର ଅଗ୍ରଗତି ଉପସ୍ଥାପନ କରିଛନ୍ତି। ସେ ଟ୍ୟୁମର ଦମନକାରୀ ଅଣୁ ଯେପରିକି ERRB ଏବଂ MICoA ଇତ୍ୟାଦି ଉପରେ ତାଙ୍କର ସାମ୍ପ୍ରତିକ ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଡକ୍ଟର ମିଶ୍ର ପୂର୍ବରୁ ଆମେରିକାର ଟେକ୍ସାସର UTMD ANDERSON Cancer Centre ରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। ସେ ନେଚର, ସ୍ପିଞ୍ଜର ଗ୍ରୁପ ଅଫ୍ ଜର୍ଣ୍ଣାଲରେ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମ ପତ୍ରିକାର ଭାବେ କାମ କରିସାରିଛନ୍ତି।

ଅଧୀକନ୍ତୁ ଡକ୍ଟର ମିଶ୍ର ଚେୟାରମ୍ୟାନ୍ ତଥା ମୁଖ୍ୟ ବକ୍ତା ଭାବରେ ପୂର୍ବରୁ ଆମେରିକାର ଅନେକ ସମ୍ମଳନୀରେ ଯୋଗ ଦେଇଛନ୍ତି। ସେ ସିଙ୍ଗାପୁର ଏକାଡ଼େମିକ୍ ଅଫ ସାଇନ୍ସର ଆଜୀବନ ପରାମର୍ଶଦାତା ସଦସ୍ୟ ଥିଲେ ଏବଂ ଆମେରିକାର ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚର ସଦସ୍ୟ ମଧ୍ୟ ରହିଥିଲେ। ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍ ଆବିଷ୍କାର ପାଇଁ ତାଙ୍କୁ ସାରା ବିଶ୍ଵରେ ସ୍ଵୀକୃତି ଦିଆଯାଇଛି। ସ୍ତନ କର୍କଟ ବିରୁଦ୍ଧରେ କିଛି ଔଷଧର ଆବିଷ୍କାର ପ୍ରକୃତି ଗୋଷ୍ଠି ପତ୍ରୀକାରେ (Nature group_of_Journals) ପ୍ରକାଶିତ ହୋଇସାରିଛି ଯାହା ଖୁବ୍ ଶ୍ରୀଘ୍ର ମାନବ ପରୀକ୍ଷାକୁ ଯାଉଛି ଏବଂ ଆଶା କରାଯାଉଛି ଏହା କର୍କଟ ଚିକିତ୍ସାରେ ସହାୟକ ହେବ। ସ୍ତନ କର୍କଟ ପାଇଁ ଔଷଧର ବିକଶିତ କରିବାରେ ସହାୟତା ପାଇଁ ସେ ଭାରତ ସରକାର, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ବାୟୋଟେକ୍ନୋଲୋଜି ବିଭାଗକୁ ଅନୁମୋଦନ କରିଛନ୍ତି। ସ୍ତନ କର୍କଟ ରୋଗର ମୁକାବିଲା ପାଇଁ ଗବେଷଣାକୁ ଅଗ୍ରଗତି କରିବା ପାଇଁ ତାଙ୍କର କାର୍ଯ୍ୟ ଉତ୍ସର୍ଗୀକୃତ ଏବଂ ଏହାକୁ ନେଇ ଏକ ଇତିହାସ ସୃଷ୍ଟି କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି।

Get real time updates directly on you device, subscribe now.