fbpx

ପୁଣି ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ପୁଣି ଭାଙ୍ଗିଥିବା ସୂଚନା ମିଳିଛି । ଦୁର୍ବୃତ୍ତ ମାନେ ୨୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିବା ଜଣାପଡିଛି । ଆଡ଼ପ ଅବଢ଼ା ରନ୍ଧା ପାଇଁ ଚୁଲି ପ୍ରସ୍ତୁତ ହୋଇଥିଲା । କୋଠଭୋଗ ଚୁଲିକୁ ଛାଡ଼ି ସବୁ ଚୁଲି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ବର୍ତ୍ତମାନ ଚୁଲିଗୁଡ଼ିକର ମରାମତି ଚାଲିଥିବା ସୂଚନା ମିଳିଛି ।

ତେବେ ଆଡ଼ପ ଅବଢ଼ା ପାଇଁ ୩ ଦିନ ପୂର୍ବରୁ ଚୁଲିଗୁଡ଼ିକ ତିଆରି ହୋଇଥିଲା । ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଉଛି । କାଲି ରାତିରେ ରୋଷଘରେ ପଶି କେହି ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି । ୪ଦିନ ତଳେ ଚୁଲିର ମରାମତି କରାଯାଇଥିଲା । କିଏ ଚୁଲି ଭାଙ୍ଗିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ।

Get real time updates directly on you device, subscribe now.