fbpx

ଶରୀରର ଏହି ସ୍ଥାନରେ ଯଦି ହେଉଛି ଯନ୍ତ୍ରଣା ହୋଇଯାଆନ୍ତୁ ସାବଧାନ: ହୋଇପାରେ କୋଭିଡର ସଂକେତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କରୋନା ଭାଇରସର ଲକ୍ଷଣ କେବଳ ଥଣ୍ଡା ବା ଜ୍ୱର ନୁହେଁ। ବର୍ତ୍ତମାନ ଏପରି କିଛି ଲକ୍ଷଣ ସାମ୍ନାକୁ ଆସିଛି ଯାହା ଲୋକମାନଙ୍କ ସମସ୍ୟାର କାରଣ ହୋଇଥିବା ଜଣା ପଡ଼ିଛି। ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ପ୍ରତ୍ୟେକ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ସୃଷ୍ଟି ହେଉଛି କରୋନାର ନୂଆ ଭାରିଆଣ୍ଟ । ଏଥିପାଇଁ ଚିନ୍ତିତ ଅଛନ୍ତି ସମଗ୍ର ଦେଶବାସୀ।

ଥଣ୍ଡା ଜ୍ୱର ବ୍ୟତୀତ ଯଦି ଶରୀରର ମାଂସପେଶୀରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବିନ୍ଧେ ତେବେ ଏହା କରୋନାର ଆରମ୍ଭ ଲକ୍ଷଣ ହୋଇପାରେ । ବର୍ତ୍ତମାନ ସୁଦ୍ଧା କେତେକ ୟୁରୋପୀୟ ଦେଶମାନଙ୍କରେ କରୋନା ଧ୍ୱଂସର କାରଣ ହୋଇଛି । ସେହିପରି ଭାରତର କେତେକ ରାଜ୍ୟରେ ତୀବ୍ର ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ କରୋନାର କେନ୍ଦ୍ରସ୍ଥଳ ପାଲଟିଛି ।

ଦେଶରେ କରୋନା ଭାଇରସର ଭାରିଆଣ୍ଟ ଓମିକ୍ରୋନ କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । ଅଧିକାଂଶ ଲୋକଙ୍କ ମାଂସପେଶୀରେ ଯନ୍ତ୍ରଣା ହେଉଥିବା ଭଳି କେସ ସାମ୍ନାକୁ ଆସିଛି । ଗୋଡ଼ ଏବଂ କାନ୍ଧରେ ଯନ୍ତ୍ରଣା ହେଉଥିବା ଭଳି ସମସ୍ୟା ଲୋକମାନଙ୍କ ନିକଟରେ ଦେଖାଯାଇଛି । ଏହି ସମସ୍ତ ଯନ୍ତ୍ରଣାକୁ କୋଭିଡର ଆରମ୍ଭ ଲକ୍ଷଣ ବୋଲି କୁହାଯାଏ । ମାଂସପେଶୀର ଯନ୍ତ୍ରଣା ଦୁଇ ରୁ ତିନି ଦିନ ଧରି ରହିବା ସହ ମୁଣ୍ଡ ବିନ୍ଧିବା କରୋନାର ଆରମ୍ଭ ସଂକେତ ।

Get real time updates directly on you device, subscribe now.