fbpx

ତୃତୀୟ ଥର ପ୍ରୋଟୋକଲ ଭାଙ୍ଗିବେ କେସିଆର, ପ୍ରଧାନମନ୍ତ୍ରୀ ମୋଦୀଙ୍କ କରିବେନି ସ୍ଵାଗତ

ହାଇଦ୍ରାବାଦ: ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଟାର୍ଗେଟରେ ରହିଛି ତେଲଙ୍ଗାନା। ଦୀର୍ଘ ବର୍ଷ ପରେ ବିଜେପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ବୈଠକ କରୁଛି। ଦୁଇ ଦିନିଆ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ବୈଠକ ଆୟୋଜିତ କରିବା ବିଜେପିର ଏହି ନିର୍ଣ୍ଣୟ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନେତୃତ୍ଵାଧୀନ ଟିଆରଏସ ବିରୋଧରେ ଏକ ଲଢେଇର ଘୋଷଣା। ଏହାର ପ୍ରଭାବ ମୋଦୀଙ୍କ ଆଗମନରେ ମଧ୍ୟ ଦେଖିବାକୁ ମିଳିବ। କେସିଆର ଆଜି ପୁଣି ଥରେ ପ୍ରୋଟୋକଲ ଭାଙ୍ଗିବେ। ସେ ଛଅ ମାସରେ ତୃତୀୟ ଥର ପ୍ରୋଟୋକଲ ଭାଙ୍ଗିବାକୁ ଯାଉଛନ୍ତି।

ଏହି ରାଜନୈତିକ ଯୁଦ୍ଧର ପ୍ରସ୍ତୁତି ସ୍ପଷ୍ଟ ସଙ୍କେତ ଦେଉଛି ଯେ, ଏଠାରେ ବିଜେପିର ମିଶନ କଣ ରହିଛି। ହାଇଦ୍ରାବାଦ ସଡକ ହୋର୍ଡିଂରେ ଛାଇ ଯାଇଛି। ସହରର ଗୁରୁତ୍ଵପୂର୍ଣ୍ଣ ସଡକ, ଛକ ଏବଂ ମେଟ୍ରୋ ନିକଟରେ ଲଗା ଯାଇଛି। ତଥାପି ଗ୍ରେଟର ହାଇଦ୍ରାବାଦ ନଗର ନିଗମ ସୀମାରେ ବିଜ୍ଞାପନ ପାଇଁ ପର‌୍ୟ୍ୟାପ୍ତ ଜାଗା ଦିଆଯାଇନଥିବା ବିଜେପି ଅଭିଯୋଗ କରିଛି।

ଏହାର ଜବାବ ଦେବା ପାଇଁ ମଧ୍ୟ ଟିଆରଏସ ଅଣ୍ଟା ଭିଡିଛି। ପିଏମ ମୋଦୀଙ୍କୁ କଡା ଜବାବ ଦେବା ପାଇଁ ଅନେକ ହୋର୍ଡିଂ ଲଗାଯାଇଛି। ଏହାକ ସେହି ମାର୍ଗରେ ଲଗା ଯାଇଛି ଯେଉଁ ସଡକ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କାର‌୍ୟ୍ୟସ୍ଥଳକୁ ଯିବେ ଏବଂ ବିମାନ ବନ୍ଦରକୁ ଫେରିବେ। ନୋଟବନ୍ଦୀଠୁ ନେଇ ତିନି କୃଷି ଆଇନ ଏବଂ ବେରୋଜଗାରୀ ବିରୋଧରେ କୃଷକଙ୍କ ସଂଘର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପୋଷ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହମଲା କରାଯାଇଛି। ବୈଠକର ଗୋଟିଏ ଦିନ ପୂର୍ବରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ରୋଡ୍ ଶୋ କରିଛନ୍ତି।

ବିଜେପିର ଦୁଇ ଦିନିଆ ଜାତୀୟ କାର‌୍ୟ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ହାଇଦ୍ରାବାଦ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିମାନ ବନ୍ଦରରେ ସ୍ଵାଗତ କରିବେ ନାହିଁ। ହେଲେ ପିଏମ ମୋଦୀ ସେହି ବିମାନ ବନ୍ଦରରେ ଓହ୍ଲାଇବାର କିଛି ଘଣ୍ଟା ପୂର୍ବରୁ କେସିଆର ବେଗମପଟ ବିମାନ ବନ୍ଦରରେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କ ସ୍ଵାଗତ ପାଇଁ ପହଞ୍ଚିଛନ୍ତି। କେସିଆର ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସିହ୍ନାଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

 

Get real time updates directly on you device, subscribe now.