fbpx
BSKY SKY
BSKY SKY

ଶହେ କୋଟି ଟଙ୍କା ଆଦାୟ ମାମଲାର ଯାଞ୍ଚ କରିବ ସିବିଆଇ : ବମ୍ବେ ହାଇକୋର୍ଟ

BSKY

ମୁମ୍ବାଇ , ୫ା୪ (ଓଡିଶା ଭାସ୍କର) : ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ଏକ ବଡ ନିଷ୍ପତି । ଆଜି ମୁମ୍ବାଇ ପୋଲିସର ପୁର୍ବତନ କମିଶନର ପରମବୀର ସିଂଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାର ସିବିଆଇ ଯାଞ୍ଚ ହେବ ବୋଲି ବମ୍ବେ ହାଇକୋର୍ଟ ନିଷ୍ପତି ଶୁଣାଇଛନ୍ତି । ଏଥିସହିତ ଯାଞ୍ଚ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କମିଶନର ପରମବୀର ସିଂଙ୍କ ଆବେଦନ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ । ତେଣୁ ଏହି ମାମଲାର ଏଫଆଇଆର୍ ହୋଇଯାଇଛି ଏବଂ ପୋଲିସ୍ ଯାଞ୍ଚ ପାଇଁ ଆବେଦନ ମଧ୍ୟ କରାଯାଇଛି । ଯେହେତୁ ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ, ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଏବେ ସିବିଆଇ ହସ୍ତାନ୍ତର କରାଯାଇଛି । ତେବେ କୋର୍ଟର ନିର୍ଦ୍ଦେଶ ଅନୁସାରେ ସିବିଆଇ ପ୍ରାଥମିକ ସ୍ତରରୁ ତଦନ୍ତ ଆରମ୍ଭ କରୁ ଏବଂ ସମସ୍ତେ ତାଙ୍କୁ ସହଯୋଗ ମଧ୍ୟ କରନ୍ତୁ ।

ସୁଚନା ଥାଉ କି, ଆଣ୍ଟିଲିୟା କେସ୍ ରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କ ଗିରଫଦାରୀ ପରେ ପୁର୍ବତନ ପୋଲିସ୍ ଅଧିକାରୀ ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଆଦାୟ କରାଯିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହା ବ୍ୟତୀତ ସେ ଗୃହମନ୍ତ୍ରୀଙ୍କ ଉପରେ ଅନେକ ଗୁଡିଏ ଆରୋପ ଲଗାଇଛନ୍ତି ।

 

Get real time updates directly on you device, subscribe now.