fbpx
BJD SKY
BJD SKY

ପ୍ରେମିକ ବାରମ୍ବାର ମାଗିଲେ ନଗ୍ନ ଫଟୋ ଓ ଭିଡିଓ: ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

BJD

କୋଲକାତା, ୫ା୪: ଜଣେ ପ୍ରେମିକଙ୍କ ଅମାନବୀୟ ଆଚରଣରେ ଅତିଷ୍ଠ ହୋଇ ଜଣେ ୧୪ ବର୍ଷୀୟା ନାବାଳିକ ନିଜର ଜୀବନ ହାରିଛନ୍ତି । ଘଟଣାଟି ଘଟିଛି ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ । ଏହି ଘଟଣା ପରେ ପ୍ରେମିକ ଜଣକ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଧୁପଗୁରି ଅଞ୍ଚଳର ଜଣେ ଯୁବକଙ୍କ ସହିତ ନାବାଳିକାଙ୍କ ପ୍ରେମ ସମ୍ପର୍କ ରହିଥିଲା । ପ୍ରେମିକ ଜଣକ ନାବାଳିକାଙ୍କ ନଗ୍ନ ଫଟୋ ଓ ଭିଡିଓ ପଠାଇବାକୁ ବାଧ୍ୟ କରୁଥିଲେ । ତେବେ ନାବାଳିକା ଜଣକ ଏଥିରେ ରାଜି ନ ହେବାରୁ ଯୁବକ ଜଣଙ୍କ ତାଙ୍କର ପ୍ରେମ କାହାଣୀକୁ ଶେଷ କରିଦେବା ପାଇଁ ଧମକ ଦେଉଥିଲେ । ଏହି ଘଟଣାକୁ ନେଇ ନାବାଳିକା ଜଣକ ବହୁତ ଚାପରେ ରହୁଥିଲେ । ଫଳରେ ନାବାଳିକା ପରିଶେଷରେ ଆତ୍ମହତ୍ୟା ପରି ଚରମ ପଥକୁ ଆଦରି ନେଇଥିବା ଅନୁମାନ କରାଯାଉଛି । ନାବାଳିକାଙ୍କ ପରିବାର ଲୋକେ ଏନେଇ ମାମଲା ରୁଜୁ କରିବା ପରେ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.