fbpx

ଦିନରେ ଲାଗୁହେବ କର୍ଫ୍ୟୁ! ଜାଣନ୍ତୁ ଏନେଇ କ’ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆବଶ୍ୟକ ପଡ଼ିଲେ ଦିନରେ କର୍ଫ୍ୟୁ ଲାଗିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢ଼ିଲାଣି । ସେଥିପାଇଁ ଆମକୁ ଟେଷ୍ଟିଂ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ତେବେ ରାଜ୍ୟରେ ଦିନରେ କର୍ଫ୍ୟୁ ଲାଗୁ ନେଇ ଜନସାଧାରଣ ଆଶଙ୍କାରେ ରହିଛନ୍ତି । ରାଜ୍ୟରେ ପୁଣି ଥରେ ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ଗତକାଲି ବାଚସ୍ପତି ମତାମତା ଦେବା ପରେ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ପୁଣି ଥରେ ଜନସାଧାରଣଙ୍କ ଆଶଙ୍କା ବଢ଼ିଯାଇଛି ।

Get real time updates directly on you device, subscribe now.