fbpx

ଏଣିକି ସମସ୍ତ ବିବାହ ଭୋଜିରେ ପ୍ୟାକେଟ୍ ଖାଦ୍ୟ, ଜାଣନ୍ତୁ କାହିଁକି

ଗଞ୍ଜାମ, ୫ା୪ (ଓଡିଶା ଭାସ୍କର): ଗଞ୍ଜାମରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ନୂଆ ପଦକ୍ଷେପ ନେଇଛି । ଏଣିକି ସମସ୍ତ ବିବାହ କାର୍ଯ୍ୟକ୍ରମରେ ଅତିଥିଙ୍କୁ ରୋଷେଇ ଖାଦ୍ୟ ନିଷେଧ କରାଯାଇଛି । ବିବାହରେ ପ୍ୟାକେଟ୍ ଖାଦ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଛି । ବିବାହରେ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି । ସୂଚନାଯୋଗ୍ୟଯେ, ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି । ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚ ଶହ ଟପିଛି । କରୋନା ନେଇ ଜନସାଧାରଣଙ୍କୁ ସଚେତନତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଏପରି କଡ଼ା ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.