fbpx

ବଳାତ୍କାର ମାମଲାରେ ବୈବାହିକ ସ୍ଥିତି ବିଷୟରେ ମିଛ କହିଥିବା ବ୍ୟକ୍ତିଙ୍କୁ ମିଳିବନି ଛାଡ଼୍: ହାଇକୋର୍ଟ

ମୁମ୍ବାଇ: ବଳାତ୍କାର ମାମଲାରେ ବୈବାହିକ ସ୍ଥିତିକୁ ନେଇ ମିଛ କହିଥିବା ବ୍ୟକ୍ତିଙ୍କୁ କୌଣସି ରିଲିଫ୍ ମିଳିବନି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ନିଜକୁ ଅବିବାହିତ କହି ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ କୌଣସି ରିଲିଫ ମିଳିବନି ବୋଲି ମଙ୍ଗଳବାର ଦିନ ହାଇକୋର୍ଟ କହିଛନ୍ତି । ସିଙ୍ଗଲ କହି ବିବାହ କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ କୋର୍ଟ ମନା କରିଛନ୍ତି ।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ସିଦ୍ଧାର୍ଥ ବନ୍ଥିଆ ଜଣେ କମନ୍ ଫ୍ରେଣ୍ଡଙ୍କ ମାଧ୍ୟମରେ ଭେଟ ହେବାର ଦୁଇ ବର୍ଷ ପରେ ୨୦୧୦ ରେ ଭର୍ସୋଭାରେ ଅଭିନେତ୍ରୀଙ୍କୁ ବିବାହ କରିଥିଲେ । ବିବାହର ଦୁଇମାସ ପରେ ବନ୍ଥିଆଙ୍କ ପତ୍ନୀ ଅଭିନେତ୍ରୀଙ୍କୁ ଫୋନ କରି କହିଥିଲେ ଯେ, ବନ୍ଥିଆ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯେତେବେଳେ ତାଙ୍କ ପତ୍ନୀଙ୍କ ସହ ଅଭିନେତ୍ରୀ କଥା ହୋଇଥିଲେ, ସେବେ ବନ୍ଥିଆ ଉଭୟଙ୍କର ଛାଡ଼ପତ୍ର ହୋଇଥିବା କହିଥିଲେ । ପରେ ସେ ତାଙ୍କ ଛାଡପତ୍ରକୁ ପ୍ରମାଣ କରିବା ପାଇଁ କିଛି ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଉତ୍ସବରେ ପ୍ରଥମ ପତ୍ନୀ ପହଞ୍ଚିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା ଓ ଛାଡପତ୍ର ଦଲିଲର ଜାଲିଆତି ସାମ୍ନାକୁ ଆସିଲା ।

୨୦୧୩ ରେ ଅଭିନେତ୍ରୀ ଜଣକ ଶେଷରେ ପୁଣେର ଦତ୍ତୱାଡି ପୋଲିସ ଷ୍ଟେସନରେ ବଳାତ୍କାରର ଅଭିଯୋଗ କରିଥିଲେ । ସେପ୍ଟେମ୍ବର ୨୦୨୧ ରେ ପୁଣେ ଅଧିବେଶନ କୋର୍ଟ ତାଙ୍କ ଆବେଦନକୁ ଖାରଜ ପରିବା ପରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ।

Get real time updates directly on you device, subscribe now.