fbpx

ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟର ଶକ୍ତ ଝଟକା: ଗଣମାଧ୍ୟମ ବିରୋଧରେ ଆଣିଥିବା ମାନହାନୀ ମୋକଦ୍ଦମା ଖାରଜ

ମୁମ୍ଵାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟର ଶକ୍ତ ଝଟକା । ଗଣମାଧ୍ୟମ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଓ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା କହି ସେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଥିଲେ । କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଓଲଟି ଶୁଣାଣି କରି କହିଛନ୍ତି ଯେ, ଏହା ମାନହାନୀ ମାମଲା ନୁହେଁ କାରଣ ଗଣମାଧ୍ୟମ ପୋଲିସ୍ ସୁତ୍ରରୁ ମିଳିଥିବା ତଥ୍ୟକୁ ହିଁ ଲୋକଲୋଚନରେ ପ୍ରକାଶିତ କରିଛି । ତେଣୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଭୁଲ୍ । ପୋଲିସ ସୂତ୍ର ଅନୁସାରେ କରାଯାଉଥିବା ରିପୋର୍ଟିଂ ଅପମାନଜନକ ନୁହେଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

କୋର୍ଟ ଏହା ମଧ୍ୟ କହିଛନ୍ତି, ଯାହା ଆପଣ ଚାହୁଁଛନ୍ତି ତାହା ସବୁ ବେଳେ ହେଉଥିବ ତେବେ ଏହା ଗଣମାଧ୍ୟମର ସ୍ଵାଧୀନତା ଉପରେ ଏକ ପ୍ରକାରର ଆକ୍ରମଣ ହୋଇପାରେ। ଯେହେତୁ ଏହିଭଳି ମାମଲା ସାମନାକୁ ଆସିଛି ତେବେ ଲୋକ ତ ଜାଣିବାକୁ ଚାହିଁବେ ।
ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ଶିଳ୍ପା ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ସେ କହିଥିଲେ ଯେ, ଅଶ୍ଳୀଳ ଫିଲ୍ମ ମାମଲାରେ ମିଥ୍ୟା ଖବର ଜରିଆରେ ତାଙ୍କ ଚିତ୍ର ଲୋକଲୋଚନରେ ଖରାପ କରାଯାଉଛି । ତେଣୁ ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ । ତାଙ୍କ ସ୍ଵାମୀଙ୍କ ବିରୋଧରେ ଚାଲିଥିବା ମାମଲାକୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟା ଖବର ଦେଖାଯାଉଛି ।

ତେଣୁ ଏହି ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଥିଲେ । ଏଥିସହ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ ।

 

Get real time updates directly on you device, subscribe now.