fbpx

ଆଠଗଡ଼ରେ ବୋମାମାଡ଼: ପୋଲିସ ଆହତ

ଆଠଗଡ଼, ୯ା୧ (ଓଡିଶା ଭାସ୍କର): ଆଠଗଡ଼ରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ଜଣେ କନେଷ୍ଟବଳ ଆହତ ହୋଇଥିବା ଜଣାପଡ଼ିଛି । ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ହେବା କାରଣରୁ ଏହି ଘଟଣାର ସୂତ୍ରପାତ ହୋଇଥିଲା ।

ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ ଏହି ଘଟଣାଟି ଘଟିଛି । ଏହି ଘଟଣା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଚୌଦ୍ୱାର ଏସଡିପିଓ, ୨ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ପାଇଁ ଟାୱାର ଲାଇନ ତାର ଟଣାଯିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ପୋଲିସ ଉପସ୍ଥିତିରେ ତାର ଟଣା ଯାଉଥିଲା । ଯେଉଁ ଚାଷୀଙ୍କ ଜମି ଉପରେ ତାର ଟଣା ଯାଉଥିଲା, ସେମାନେ ଏହାକୁ ବିରୋଧ କରିଥିଲେ । ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଚାଷୀମାନେ ଏହାକୁ ବିରୋଧ କରିବା ସହ କ୍ଷତିପୂରଣ ମାଗିଥିଲେ ।

Get real time updates directly on you device, subscribe now.