fbpx
BJD SKY
BJD SKY

ଭାରତୀୟ ସୀମାରେ ବୁଲୁଥିଲା ଚୀନ୍ ସୈନିକ, ଧରିପକାଇଲେ ଭାରତୀୟ ଯବାନ୍

BJD

ନୂଆଦିଲ୍ଲୀ,୯ ।୧: ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ ସୀମାରେ ବୁଲୁଥିବା ଏକ ଚୀନ ସୈନିକକୁ ଧରିଛନ୍ତି ଭାରତୀୟ ଯବାନ୍ । ସୀମାରେ ବୁଲୁଥିବା  ବେଳେ ଚୀନ୍ ସୈନ୍ୟକୁ ଗିରଫ କରାଯାଇଛି । ଚୁସୁଳ ସେକ୍ଟରର ଗୁରୁଙ୍ଗ ଘାଟି ନିକଟରେ ଚୀନ୍ ସୈନିକ ଧରାପଡିଛି । ପଚରାଉଚରା ପରେ ଚୀନ୍ ସୈନିକ କହିଛନ୍ତି ଯେ, ସେ ରାସ୍ତା ଭୁଲି ଚାଲିଆସିଛି ।

ଏବେବି ଭାରତୀୟ ସୈନିକମାନେ ଚୀନ୍ ଯବାନଙ୍କୁ ପଚରାଉଚରା କରୁଛନ୍ତି । ପଚରାଉଚରାରେ ସନ୍ତୁଷ୍ଟ ହେବା ପରେ ହିଁ ସେହି ସୈନିକକୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.