fbpx
BJD SKY
BJD SKY

ଥାଲାସେମିଆ ରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘Bone Marrow Transplant’- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ କରିବା ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି । ଏଥିସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନୂଆ ନୂଆ ମେଶିନ୍ କିଣାଯାଉଛି । ସେହିପରି ବାୟୁ ପ୍ରଦୂଷଣ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ାଉଥିବାରୁ ରାଜଧାନୀରେ ଦୁଇଟି ଅତ୍ୟାଧୁନିକ ମେଶିନ୍ ସ୍ଥାପନ ପାଇଁ ଭୁବନେଶ୍ୱର ମହାନଗର (ବିଏମସି) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଆଜି ବିଶ୍ୱ ଥାଲାସେମିଆ ଦିବସ ହୋଇଥିବା ବେଳେ ଏହି ଅବସରରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ‘ବୋନ ମାରୋ ଟ୍ରାନ୍ସପ୍ଳାଣ୍ଟ‘ ଆରମ୍ଭ ହେବ । ଏହି ବ୍ୟବସ୍ଥା ଫଳରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । ଏନେଇ ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳିଛି । ରାଜ୍ୟରେ ଏବେ ୩ ହଜାରରୁ ଅଧିକ ଥାଲାସେମିଅ ରୋଗୀ ରହିଥିବା ବେଳେ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ଚିକିତ୍ସା ପ୍ରଦାନ କରଯାଉଛି ।

ଏ ବାବଦରେ ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଏବେ ୩ ହଜାରରୁ ଅଧିକ ଥାଲାସେମିଆ ରୋଗୀ ରହିଥିବା ବେଳେ ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ପ୍ରଦାନ କରୁଛନ୍ତି । ଏହି ରୋଗୀ ଆକ୍ରାନ୍ତ ହେଲେ ରୋଗୀକୁ ରକ୍ତର ଆବଶ୍ୟକ ହୋଇଥାଏ । ଏହି ରୋଗୀଙ୍କ ପାଇଁ ବ୍ଲଡ୍ ଷ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା । ଠିକ୍ ସମୟରେ ଚିକିତ୍ସା କରାନଗଲେ ରୋଗୀର ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.