fbpx

୪ ବର୍ଷ ସୁଦ୍ଧା ବନ୍ଦ ହୋଇଯିବ ସମସ୍ତ ପ୍ରକାରର ଡିଜେଲ ଚାଳିତ କାର୍!

ନୂଆଦିଲ୍ଲୀ: ଡିଜେଲ ଚାଲିତ କାରଗୁଡିକ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ତୈଳ ମନ୍ତ୍ରଣାଳୟର ଗୋଟିଏ ପ୍ୟାନେଲ । ଡିଜେଲ କାର୍ ପରିବର୍ତ୍ତେ ଇଲେକ୍ଟ୍ରିକ ଓ ଗ୍ୟାସ ଚାଳିତ ଗାଡ଼ିର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସରକାରୀ ପ୍ୟାନେଲ ପ୍ରସ୍ତାବ ଦେଇଛି । ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହର ଓ ପ୍ରଦୂଷଣ ରୋକିବାକୁ ଏପରି ବ୍ୟବସ୍ଥା ସରକାର ଲାଗୁ କରୁନ୍ତୁ ବୋଲି ପ୍ୟାନେଲର ସଦସ୍ୟମାନେ କହିଛନ୍ତି ।

ଅଧିକ ଗ୍ରୀନ ହାଉସ ନିର୍ଗତ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରମୁଖ ସ୍ଥାନରେ ରହିଛି । ଏହାର ଭାରତରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୪୦% ବିଜୁଳି ପୁନଃନବୀକରଣ ବ୍ୟବସ୍ଥା ଦ୍ୱାରା ୨୦୭୦ ସୁଦ୍ଧା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.