fbpx

ସୁନ୍ଦରଗଡ଼ରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଖୋଲିବ ବହି ଦୋକାନ

ସୁନ୍ଦରଗଡ଼, ୧୬ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ ପାଇଁ ସବୁ ଦୋକାନ ମଧ୍ୟ ବନ୍ଦ ରହିଛି । ଆବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୃଷ୍ଟିରୁ ସୁନ୍ଦରଗଡ଼ ପ୍ରଶାସନ ଜିଲ୍ଲା ପକ୍ଷରୁ ସେଠାରେ ବହି ଦୋକାନ ଖୋଲିବା ପାଇଁ ଆଜି ଅନୁମତି ମିଳିଛି । କେବଳ ନିର୍ଦ୍ଦିଷ୍ଟ ସମୟ ପାଇଁ ବହି ଦୋକାନ ଖୋଲା ରହିବ । ସକାଳ ୭ରୁ ଦିନ ୧୧ଟା ଯାଏଁ ବହି ଦୋକାନ ଖୋଲା ରହିବ । ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଏହାକୁ ଖିଲାପ କଲେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦୃଢ଼ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.