fbpx

ଲକ୍ ଡାଉନ ଦୁଃଖ: ବାପାଙ୍କୁ କାନ୍ଧରେ ବୋହି ବୋହି ହସ୍ପିଟାଲରୁ ଆଣିଲା ପୁଅ

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): ସାରା ଦେଶରେ ଜାରି ରହିଛି ଲକ୍ ଡାଉନ । ଲକ୍ ଡାଉନ ଜାରି ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ପ୍ରକାର ହୃଦୟବିଦାରକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ଆଉ କେରଳରୁ ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ବୁଧବାର ଦିନ କେରଳରେ ବୃଦ୍ଧ ବାପାଙ୍କୁ ହସ୍ପିଟାଲକୁ ଆଣୁଥିବାବେଳେ ଅଟୋ ରିକ୍ସାକୁ ପୋଲିସ ଯିବାକୁ ନ ଦେବାରୁ ଅଧରାସ୍ତାରୁ ବାପାଙ୍କୁ କାନ୍ଧରେ ବୋହି ବୋହି ଘରକୁ ନେଇଛନ୍ତି ପୁଅ । ଏହି ଦୃଶ୍ୟ କେରଳର ପୁନାଲୁର ଅଞ୍ଚଳର ଅଟେ । ବୃଦ୍ଧ ୬୫ବର୍ଷିୟ ବାପାଙ୍କୁ ଡାକ୍ତରଖାନାରୁ ଘରକୁ ଆଣିବା ବେଳେ ଅଧ ରାସ୍ତାରେ ପୋଲିସ ଅଟୋରିକ୍ସାକୁ ଯିବାକୁ ନ ଦେବାରୁ ବାଧ୍ୟ ହୋଇ ପୁଅ ବାପାଙ୍କୁ କାନ୍ଧରେ ବୋହି ଘରକୁ ନେଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ମାନବଧିକାର ଆୟୋଗ ଏ ନେଇ ମୋକଦମା ଦାଖଲ କରିଛନ୍ତି

Get real time updates directly on you device, subscribe now.