fbpx

କରୋନାର Omicron Variant ଠାରୁ ନିଜର ଇମ୍ୟୁନିଟି ବଢାନ୍ତୁ: ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ବାଜରା ରାବ୍

ଓଡ଼ିଶା ଭାସ୍କର: କରୋନା ସମୟରେ ଇମ୍ୟୁନିଟି ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ଏପରି ସମୟରେ ସୁସ୍ୱାଦୁ ସହିତ ସ୍ୱାସ୍ଥ୍ୟକର ଖାଇବା ନିହାତି ଆବଶ୍ୟକ । ଏପରି ଏକ ଖାଦ୍ୟ ହେଉଛି ବାଜରା ରାବ୍ । ଏହି ଖାଦ୍ୟଟି ଯେତିକି ପୁଷ୍ଟିକର ସମ ପରିମାଣରେ ସୁସ୍ୱାଦୁ ମଧ୍ୟ । ଘରେ ବନାଇ ପାରୁଥିବା ଏହି ଖାଦ୍ୟକୁ ଆପଣ ନିଜ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ ।

ଆବଶ୍ୟକ ସାମଗ୍ରୀ: ବାଜରା ଅଟା- ଅଧାକପ୍, ପାଣି- ୪ କପ୍, ଏକ ଚାମଚ ଘିଅ, ୧/୪ କପ୍ ଗୁଡ, ଅଧା ଚାମଚ ଜୁଆଣୀ ଓ କଟା ଅଦା ।

ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପ୍ୟାନରେ ଘିଅ ନେଇ ଏହାକୁ ଗରମ କରନ୍ତୁ । ଏଥିରେ କଟା ଯାଇଥିବା ଅଦା, ଜୁଆଣୀ ଏବଂ ବାଜରାକୁ ପକାଇ ଭାଜନ୍ତୁ । ହାଲୁକା ଆଞ୍ଚରେ ଏହାକୁ ବାଦାମୀ ହେବା ଯାଏଁ ଭାଜନ୍ତୁ । ଭାଜିବା ସମୟରେ ଏହା ଯେପରି ପ୍ୟାନରେ ଲାଗି ନଯାଏ ଏହାକୁ ନିୟମିତ ଭାବରେ ଚଲାନ୍ତୁ । ବାଜରା ବାଦାମୀ ରଙ୍ଗ ହେବା ପରେ ୪ କପ୍ ପାଣି ଏବଂ ଗୁଡ ମିଶାନ୍ତୁ । ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦେବା ପରେ ଏହାକୁ ଗରମ ଗରମ ଖାଇ ପାରିବେ ।
ଫାଇଦା: ବାଜରା ଏପରି ଏକ ଖାଦ୍ୟ ଯାହା ହୃଦରୋଗରୁ ରକ୍ଷା କରିଥାଏ । ଏଥିରେ ପୋଟାସିୟମ ଓ ମ୍ୟାଗ୍ନେସିୟମ୍ ଭଳି ଭିଟାମିନ୍ ରହିଥାଏ ଯାହାକି ରକ୍ତ ପ୍ରବାହ ବୃଦ୍ଧି କରିବା ସହିତ ରକ୍ତଚାପ ନିୟନ୍ତ୍ରିତ କରିଥାଏ । ଜୁଆଣୀ ପାଚନ ଶକ୍ତି ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ମଧୁମେହ ନିୟନ୍ତ୍ରଣ ସହିତ ବ୍ୟାକ୍ଟେରିଆ ଏବଂ ପାରାସାଇଟ ସହ ଲଢେଇରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗୁଡ ମଧ୍ୟ ଶରୀରର ପାଚନ ଶକ୍ତି ବଢାଇଥାଏ ଏବଂ ପ୍ରାକୃତିକ ଡେଟକ୍ସର କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.