fbpx
BJD SKY
BJD SKY

IPL 2022: ରିଟେନ୍ ହେଲେ ଧୋନୀ, କୋହଲି ଓ ରୋହିତ, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲେ

BJD

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ମଙ୍ଗଳବାର ବର୍ତ୍ତମାନର ୮ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ସମସ୍ତ ୪ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ସବୁଠୁ କମ ଖେଳାଳିଙ୍କୁ ଦଳରେ ରଖିଛି ପଞ୍ଜାବ କିଙ୍ଗ୍ସ। ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କୁ ଦଳରେ ରିଟେନ୍ କରିନଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦରୁ ନିଜେ ବାହାରି ଯାଇଛନ୍ତି ଜୋନି ବେୟାରଷ୍ଟୋ ଓ ରଶିଦ ଖାନ। ଆଶା ଅନୁଯାୟୀ କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସକୁ ବାଏ ବାଏ କହିଛନ୍ତି। ରାହୁଲ ନୂତନ ଫ୍ରାଞ୍ଜାଇଜି ଲକ୍ଷ୍ନୌର ଅଧିନାୟକ ହୋଇ ପାରନ୍ତି। ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ବେଙ୍ଗାଲୁରୁ ଦଳରେ ରଖିଛି। ଶ୍ରେୟସ ଆୟରଙ୍କୁ ଦିଲ୍ଲୀ ନିଲାମ ପାଇଁ ଛାଡି ଦେଇଛି।
ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ, ଆରସିବି ବିରାଟ କୋହଲିଙ୍କୁ, ମୁମ୍ଵାଇ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ଦଳରେ ରଖିଛି। ହାଇଦ୍ରାବାଦ କେନ ଓ୍ଵିଲିୟମସନଙ୍କ ସହିତ ଜାମ୍ମୁ-କାଶ୍ମୀରର ଯୁବ ଖେଳାଳି ଉମରାନ ମଲିକ ଏବଂ ଅବଦୁଲ ସମଦଙ୍କୁ ଦଳରେ ରଖିଛି। ଏଥିରୁ ସ୍ପଷ୍ଟ ଯେ, କେନ ଓ୍ଵିଲିୟମସନ ଏବେ ସନରାଇଜର୍ସ ହାଇଦ୍ରାବାଦର ସ୍ଥାୟୀ ଅଧିନାୟକ ହୋଇ ପାରନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା, ଯଶପ୍ରୀତ ବୁମରା, କିରଣ ପୋଲାର୍ଡ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ରିଟେନ୍ କରିଛି। ଦଳ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କୁ ନିଲାମ ପାଇଁ ଛାଡି ଦେଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ଵେଲ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳରେ ରଖିଛି। ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ସହିତ ଜୋସ ବଟଲର ଏବଂ ଯଶସ୍ଵୀ ଜୟସଓ୍ଵାଲଙ୍କୁ ରିଟେନ୍ କରିଛି। କେକେଆର ସୁନିଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟରଙ୍କୁ ଦଳରେ ରଖିଛି।
ରିଟେନ୍ ହୋଇଥିବା ଖେଳାଳି
ଚେନ୍ନାଇ ସୁପର କିଙ୍ଗ୍ସ:- ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ।
ମୁମ୍ଵାଇ ଇଣ୍ଡିଆନ୍ସ:- ରୋହତି ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ କିରଣ ପୋଲାର୍ଡ।
କୋଲକାତା ନାଇଟ୍ ରାଇଡର୍ସ:- ସୁନିଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର।
ସନରାଇଜର୍ସ ହାଇଦ୍ରାବାଦ:- କେନ ଓ୍ଵିଲିୟମସନ, ଉମରାନ ମଲିକ, ଅବଦୁଲ ସାମଦ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ:- ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ମହମ୍ମଦ ସିରାଜ।
ଦିଲ୍ଲୀ କ୍ୟାପିଟାଲ୍ସ:- ଋଷଭ ପନ୍ତ, ପୃଥ୍ଵୀ ଶ, ଅକ୍ଷର ପଟେଲ୍, ଏନରିଚ୍ ନୋତର୍ଜେ।
ରାଜସ୍ଥାନ ରୟାଲ୍ସ:- ସଞ୍ଜୁ ସାମସନ୍ସ, ଜୋସ ବଟଲର, ଯଶସ୍ଵୀ ଜୟସଓ୍ଵାଲ।
ପଞ୍ଜାବ କିଙ୍ଗ୍ସ:- ମୟଙ୍କ ଅଗ୍ରଓ୍ଵାଲ, ଅର୍ଶଦୀପ ସିଂହ।
ନୂତନ ଫ୍ରାଞ୍ଚାଇଜିଙ୍କ ଡିସେମ୍ବର ୧ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ତିନି ଜଣ ଖେଳାଳି (ଦୁଇ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳିଙ୍କୁ) ଦଳରେ ସାମିଲ୍ କରି ପାରିବେ। ଆଜି ରିଟେନ୍ ହୋଇନଥିବା ଖେଳାଳିଙ୍କୁ ଲକ୍ଷ୍ନୌ ଓ ଅହମ୍ମଦାବାଦ ନିଜ ଦଳରେ ସାମିଲ୍ କରି ପାରିବେ।

Get real time updates directly on you device, subscribe now.