fbpx
BJD SKY
BJD SKY

ଆଇପିଏଲ-୨୦୨୨ରୁ ବାସନ୍ଦ ହୋଇ ପାରନ୍ତି ରାହୁଲ ଓ ରଶିଦ୍: ସଙ୍କଟରେ ନୂତନ ଫ୍ରାଞ୍ଚାଇଜି

BJD

ନୂଆଦିଲ୍ଳୀ: ଆଇପିଏଲର ପଞ୍ଚଦଶ ସଂସ୍କରଣ ପୂର୍ବରୁ ବଢିବାରେ ଲାଗିଛି କେ ଏଲ ରାହୁଲ ଓ ରଶିଦ ଖାନଙ୍କ ସଙ୍କଟ । ଉଭୟ ଖେଳାଳି ଆସନ୍ତା ସଂସ୍କରଣରୁ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ନୂତନ ଫ୍ରାଞ୍ଚାଇଜି ଭାବରେ ଯୋଡି ହେବାକୁ ଯାଉଥିବା ଲକ୍ଷେ୍ନø ପାଇଁ ମଧ୍ୟ ଅଡୁଆ ବଢିବାରେ ଲାଗିଛି । ୨୦୨୨ର ମେଗା ଅକ୍ସନ ପୂର୍ବରୁ ଉଭୟ ରାହୁଲ ଏବଂ ରଶିଦ ଖାନ ନିଜ ଦଳ ଛାଡୁଥିବା ଆପାତତଃ ସ୍ପଷ୍ଟ ହୋଇ ଯାଇଛି ।

ଉଭୟ ଖେଳାଳିଙ୍କୁ ନେବା ପାଇଁ ଆରପିଏସଜି ଗ୍ରୁପର ଲକ୍ଷେ୍ନø ଦଳ ପ୍ରୟାସ କରୁଛି । ତେବେ ନିଜର ପୂର୍ବତନ ଫ୍ରାଞ୍ଚାଇଜି ନଛାଡି ଦଳ ବଦଳ ସମ୍ପର୍କରେ ଆଲୋଚନା କରୁଥିବା ନେଇ ଅଭିଯୋଗ ଉଠିଛି । ବିସିସିଆଇ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ହେଁ ଉଭୟ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ଭାରତୀୟ ଦଳର ଉପ ଅଧିନାୟକ କେ ଏଲ ରାହୁଲ ଏବଂ ଆଫଗାନୀ ସ୍ପିନର ରଶିଦ୍ ଖାନଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.