fbpx

ଚିନ୍ତା ବଢାଇଲା ଓମିକ୍ରନ: ଦକ୍ଷିଣ ଆଫ୍ରିକା ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତ

AAKASH

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୋମ୍ବିଭଲି ଥାନେରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସମସ୍ତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଏହା ଓମିକ୍ର୍ରନ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଏହା ପରେ ପ୍ରଥମ ଟେଷ୍ଟରେ ନେଗେଟିଭ୍ ଆସିଥିଲେ ହେଁ ଆରଟିପିସିଆର ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡିଥିଲା । ଏହି ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଥିବା ବେଳେ ବିମାନବନ୍ଦରରୁ ତାଙ୍କୁ ଆଣିଥିବା ଡ୍ରାଇଭରର ପତା ମିଳୁନାହିଁ । ଏହା ସହିତ ଚିହ୍ନଟ ହୋଇଥିବା ସମସ୍ତ ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

Get real time updates directly on you device, subscribe now.