fbpx

୬୦ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ପାଇଁ ଦେଖାଇବାକୁ ପଡିବ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ନିକଟରେ ଦେଶକୁ ସମ୍ବୋଧିତ କରିବା ବେଳେ ୧୫-୧୮ ବର୍ଷର ପିଲାମାନଙ୍କୁ ଟିକାକରଣ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ବୟସ୍କଙ୍କ ସମେତ ଫ୍ରଣ୍ଟ ଲାଇନ୍ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ମୋଦୀ ଘୋଷଣା କରିଛନ୍ତି । ଗୁରୁତୁର ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଅଧିକ ବୟସ୍କମାନେ ବୁଷ୍ଟର ଡୋଜ୍ ନେଇପାରିବେ ।

CoWINସଞ୍ଚାଳନର ମୁଖ୍ୟ ତଥା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ, ବୁଷ୍ଟର୍ ଡୋଜ ପାଇଁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏକ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ଦେଖାଇବାକୁ ପଡିବ । ପୂର୍ବ ଟିକାକରଣ ପ୍ରକ୍ରିୟା ଯେପରି ଥିଲା, ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି । ଅଧିକ ସୂଚନା ପାଇଁ ଆପଣ CoWIN-ଆପ୍ ବ୍ୟବହାର କରିପାରିବେ । ଡାକ୍ତର କହିଛନ୍ତି ଯେ, ୬୦ ବର୍ଷ ବୟସ୍କ ବ୍ୟକ୍ତି ଯେଉଁମାନେ ଉଭୟ ଡୋଜ ନେଇଛନ୍ତି, ସେମାନେ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ନେଇ ତୃତୀୟ ଡୋଜ୍ ଅର୍ଥାତ୍ ବୁଷ୍ଟର୍ ଡୋଜ୍ ପାଇପାରିବେ ।

ଏହି କୋ-ମୋର୍ବିଡିଟିରେ ଏକ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ସାଇନ୍ ଆବଶ୍ୟକ ହେବ ଯାହା ଅପଲୋଡ୍ ହୋଇପାରିବ ଓ ହିତାଧିକାରୀମାନେ ହାର୍ଡ କପି ଟିକାକରଣ କେନ୍ଦ୍ରକୁ ନେଇପାରିବେ । ତେବେ କୋ-ମୋର୍ବିଡିଟିରେ ୨୨ ପ୍ରକାରର ରୋଗ ଅଛି । ଏଥିରେ ଡାଇବେଟିସ୍, କିଡନୀ ରୋଗ, ହାର୍ଟ ରୋଗ, ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ, କ୍ୟାନ୍ସର ଭଳି ରୋଗ ସାମିଲ । ଡାକ୍ତରଙ୍କ କହିବା ମୁତାବକ, ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ବୋଲି ପ୍ରମାଣିତ ହେବ ।

Get real time updates directly on you device, subscribe now.