fbpx

ମଣିପୁରରେ ମହିଳାଙ୍କ ସହ ଅଶ୍ଳୀଳତା ଏବଂ ନିର୍ଯାତନା: ଅଭିଯୁକ୍ତ BSF ଯବାନ ସସପେଣ୍ଡ୍

Advertisement

ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ନିଜର ଜଣେ ଯବାନଙ୍କୁ ନିଲମ୍ବିତ କରିଛି । ଏହି ଯବାନ ଜଣେ ସ୍ଥାନୀୟ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ମାମଲାଟି ଏକ ସପ୍ତାହ ପୁରୁଣା ବୋଲି ଜଣାପଡିଛି ।

ବିଏସଏଫ କହିଛି ଯେ, ହେଡ କନଷ୍ଟେବଳ ସତୀଶ ପ୍ରସାଦଙ୍କ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଅଭିଯୁକ୍ତ ତାଙ୍କ ୟୁନିଫର୍ମ ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ରାଇଫଲ ଅଛି । ଅଭିଯୁକ୍ତ ଜଣଙ୍କ ଏକ ଦୋକାନରେ ମହିଳାଙ୍କ ସହ ଅସଦାଚରଣ କରିଥିବା ଜଣାପଡିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅଭିଯୁକ୍ତ ଯବାନଙ୍କ ବିରୋଧରେ କୋର୍ଟର ତଦନ୍ତ ପ୍ରକ୍ରିୟା :-
ବିଏସଏଫର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ୨୦ ଜୁଲାଇରେ ଘଟିଥିଲା । ଇମ୍ଫାଲ ପଶ୍ଚିମ ଜିଲ୍ଲାର ପାରାମିଲିଟାରୀ ଫୋର୍ସକୁ ଏହି ଘଟଣାରେ ଏକ ଅଭିଯୋଗ ମିଳିଥିଲା, ଯାହା ପରେ ଅଭିଯୋଗର ଅନୁସନ୍ଧାନ କରାଯାଇଥିଲା ଏବଂ ସେହି ଦିନ ଯବାନଙ୍କୁ ନିଲମ୍ବିତ କରାଯାଇଥିଲା । ହେଡ କନଷ୍ଟେବଳଙ୍କ ବିରୋଧରେ କୋର୍ଟର ଅନୁସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିଏସଏଫ କହିଛି – ଘଟଣାର ଉଚିତ ତଦନ୍ତ ହେବ :-
ଏହି ଯବାନ ୧୦୦ ତମ ବାଟାଲିୟନର ବୋଲି ଜଣାପଡିଛି । ମଣିପୁରରେ ଜାତିଗତ ହିଂସା ପରେ ତାଙ୍କୁ ସୁରକ୍ଷା ଦାୟିତ୍ୱ ପାଇଁ ପଠାଯାଇଥିଲା । ସେ କହିଛନ୍ତି ଯେ ବିଏସଏଫ ଏଭଳି କାର୍ଯ୍ୟକୁ ଆଦୌ ବରଦାସ୍ତ କରିବ ନାହିଁ ଏବଂ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବ ।

Get real time updates directly on you device, subscribe now.