fbpx

ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

ନୂଆପଡ଼ା, ୨୩ା୧୨(ଓଡ଼ିଶା ଭାସ୍କର): ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ ହତ୍ୟାକାଣ୍ଡ ଭଳି ଜଘନ୍ୟ କାଣ୍ଡ ହେଉଥିବାର ସୂଚନା ରହିଛି । ଏହାରି ମଧ୍ୟରେ ନୂଆପଡ଼ା ଖରିଆର ରୋଡ଼୍ ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ଏକ ନାବାଳକ ଗିରଫ ହୋଇଛି । ଦୁଇ ମାସ ତଳର ଘଟଣାକୁ ନେଇ ଜୋଙ୍କ ଥାନାରେ ଅଭିଯୋଗ ହୋଇଛି । ଏନେଇ ନାବାଳକକୁ ନୂଆପଡ଼ା ବାଳ ଅପରାଧୀ କୋର୍ଟକୁ ପୋଲିସ ପଠାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.