fbpx

ବେବୀ ଡଲ୍ ହେବା ଚକ୍କରରେ ବିଗିଡିଗଲା ପୁରା ଚେହେରା

ବେବୀ ଡଲ୍ ହେବା ଚକ୍କରରେ ଜଣେ ମହିଳା ନିଜ ଓଠକୁ ୪ ଗୁଣା ବଡ ସାରିଛନ୍ତି । ବୁଗ୍ଲେରିୟାର ଏଣ୍ଡ୍ରିୟା ଇବାନୋବେ ନାମକ ଏହି ମହିଳା ନିଜ ଓଠରେ ୧୭ ଏସିଡ୍ ଇଞ୍ଜେକ୍ସନ ମଧ୍ୟ ଲଗାଇଛନ୍ତି । ଏତିକିରେ ଶାନ୍ତ ନ ହୋଇ ସେ ପୁଣି ନିଜର ଓଠକୁ ବଡ କରିବାକୁ ଯୋଜନା ରଖିଛନ୍ତି । ତେବେ ୨୨ ବର୍ଷିୟା ଏଣ୍ଡ୍ରିୟା ବିଶ୍ୱର ସବୁଠାରୁ ବଡ ଓଠ ଥିବା ଝିଅର ରେକର୍ଡ କରତିବାକୁ ଚାହୁଁଛନ୍ତି । ସେ ଏଥିପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ।

ସେପ୍ଟେମ୍ବର ମାସରେ ଏଣ୍ଡ୍ରିୟା ନିଜ ଓଠରେ ୧୫ ଟି ଇଞ୍ଜେକ୍ସନ ଲଗାଇବା ସହ ବହୁ ଜଟିଳ ସମସ୍ୟାକୁ ବି ଆପଣାଇଥିଲେ । ଗତ ତିନି ମାସରେ ଏଣ୍ଡ୍ରିୟା ଦୁଇଟି ଚିକିତ୍ସା ମଧ୍ୟ କରାଇଛନ୍ତି । ନିଜ ଓଠରେ ସେ ଗତ ଦୁଇ ବର୍ଷ ଯେତେ ଟଙ୍କା ଖର୍ଚ୍ଚ କଲେଣି ତାହାର ହିସାବ ନାହିଁ ।

ଏଣ୍ଡ୍ରିୟାଙ୍କ କହିବା ମୁତାବକ, ‘କିଛି ଲୋକ ମୋର ମୋଟା ଓଠକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ମୋର ପୁରୁଣା ଚେହେରାକୁ ପସନ୍ଦ କରୁଛନ୍ତି । କିନ୍ତୁ
ମୋତେ ସେସବୁର ଫରକ୍ ପଡେନାହିଁ । ମୋ ପାଇଁ ନିଜ ପସନ୍ଦ ସବୁଠାରୁ ବଡ ।’

Get real time updates directly on you device, subscribe now.