fbpx

(Video) ଶୋଷିଲା ପକ୍ଷୀର ମନ ବୁଝି ନେଲା ଛୋଟ ପିଲା: ପାରାକୁ ପାଣି ପିଆଇବା ପାଇଁ କଲା ଏମିତି ଉପାୟ

ହଜିନି ମାନବିକତା… ବଞ୍ଚିଛି ମଣିଷପଣିଆ… ଆଜିବି ଦୁନିଆରେ ଲୋକଙ୍କ ମନରେ ନିରୀହ ପ୍ରାଣୀ ଅଛି ଦରଦ… ଅନ୍ୟର କଷ୍ଟ ଦେଖି କାହା ଆଖିରୁ ଆଜି ବି ଝରୁଛି ଲୁହ । ତେବେ ଏଭଳି ମଣିଷପଣିଆର ଜ୍ୱଳନ୍ତ ଉଦାହରଣ ଦେଖବାକୁ ମିଳିଛି ଜଣେ ଛୋଟ ପିଲା ନିକଟରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁହାଯାଏ ଶେଷିଲାକୁ ପାଣି ପିଆଇବା ମଣିଷର ଧର୍ମ । ଆଉ ଏହି ଧର୍ମକୁ ଠିକ ଭାବରେ ପାଳନ କରୁଛି ଏହି ଛୋଟ ଛୁଆଟି । ଅସହ୍ୟ ଗରମ ତାତିରେ ପାଣି ପାଇଁ ଡହଳବିକଳ ହେଉଥିବା ପାରାକୁ ପାଣି ଦେଇ ତା ଜୀବନ ସତେ ବଞ୍ଚାଇଦେଇଛି । ଆଉ ପାରା ବି ମନ ଖୁସିରେ ପାଣି ପିଇ ନିଜ ଶେଷ ମେଣ୍ଟାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ସମସ୍ତଙ୍କ ମନ କିଣି ନେଇଛି । ଛୋଟ ଛୁଆଟିଏ ହେଲେ ବି ତା ବୁଦ୍ଧି ଆଉ କର୍ମ ଆଗରେ ସମସ୍ତେ ଯେମିତି ଭାବବିହ୍ୱଳ ହୋଇ ପଡିଛନ୍ତି । ଶୋଷିଲା ପାରାଟିକୁ ପାଣି ପିଆଇବାରେ ପିଲାଟିକୁ ଲୁହାର ଶିକୁଳି ମଧ୍ୟ ବାଧା ଦେଇ ପାରିନାହିଁ ।

ଭିଡିଓରେ ଦେଖାଯାଉଛି କିଭଳି ତାଜା ଉପରେ ବସିଥିବା ଶୋଷିଲା ପାରଟିକୁ ପାଣି ପିଆଇବା ପାଇଁ ବହୁ ଚେଷ୍ଟା ବିଫଳ ହୋଇଥିଲା । କିନ୍ତୁ ଗ୍ରୀଲ ବାହାରକୁ ପାରା ପର୍ଯ୍ୟନ୍ତ ପହଞ୍ଚି ପାରୁ ନଥିଲା ପାଣି । ତେବେ ହାର ନ ମାନି ପିଲାଟି ରୋଷେଇ ଘରୁ ଏକ ପାତ୍ର ଆଣି ପାରା ପର୍ଯ୍ୟନ୍ତ ପାଣି ପହଞ୍ଚାଇବାର ବ୍ୟବସ୍ଥା କରି ନେଲା । ପାରା ବି ପାଣିର ଧାରକୁ ଦେଖି କିଛି ଉପରକୁ ଆସି ପାଣି ପିଇଛି ବେଶ ଖୁସିରେ ତା ଜାଗାକୁ ଉଡି ଯାଇଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସମସ୍ତେ ପିଲାଟିର ଚେଷ୍ଟା ଆଉ ସରଳତାର ପ୍ରଶଂସା କରୁଛନ୍ତି । ସତରେ ଏମିତି କିଛି ଘଟଣା ଆଜିକା ଦୁନିଆରେ ମଣିଷପଣିଆ ବଞ୍ଚିଛି ବୋଲି ସୂଚାଇ ଦେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.