fbpx
BSKY SKY
BSKY SKY

ଟୁଇଟର କିଣିବା ପାଇଁ ୪୧ ବିଲିୟନ ଡ଼ଲାର୍ ଅଫର କଲେ ଏଲନ, ତାଙ୍କ ଅଫରକୁ ଫାଇନାଲ୍ ବୋଲି କହିଲେ

BSKY

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟରକୁ ସମ୍ପୁର୍ଣ୍ଣ ରୁପେ କିଣିବାକୁ ଆଶା ପ୍ରକାଶ କରିଛନ୍ତି । ଟୁଇଟର ବୋର୍ଡରେ ସାମିଲ ହେବାକୁ ମନା କରିବାର କିଛି ଦିନ ପରେ ଏଲୋନ ଟୁଇଟରକୁ ସମ୍ପୁର୍ଣ୍ଣ ରୁପରେ କିଣିବା ଲାଗି ୪୧ ଆରବ ଡଲାର ଅଫର କରିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ ଏଲନ ଟୁଇଟରର ପ୍ରତି ସେୟାରକୁ ୫୪.୨୦ ଡଲାର ହିସାବରେ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଚଳିତ ମାସ ୧ ତାରିଖରେ ଟୁଇଟରର ବଜାର ମୁଲ୍ୟ ତୁଳନାରେ ଏହି ମୁଲ୍ୟ ୩୮ ପ୍ରତିଶତ ଅଧିକ । ଏଲନ କହିଛନ୍ତି ଯେ ଭବିଷ୍ୟତରେ ଟୁଇଟରରେ ଅପାର ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ଏହା ନିଜର ସମସ୍ତ କ୍ଷମତାର ପୁରା ଉପଯୋଗ କରି ପାରୁନାହିଁ ।

ଆମେରିକାର ସେୟାର ବଜାରେ ସିକ୍ୟୁରିଟି ଏବଂ ଏକ୍ସଚେଞ୍ଜ କମିଶନଙ୍କ ଅନୁଯାୟୀ ଏଲୋନ ଟୁଇଟରର ୯.୨ ପ୍ରତିଶତ ସେୟାର କ୍ରୟ କରିଛନ୍ତି । ଅର୍ଥାତ୍ ଏଲନଙ୍କ ପାଖରେ ଟୁଇଟରର ୭୩,୪୮୬,୯୩୮ ସେୟାର ଅଛି । ଟୁଇଟର ସିଇଓ କିଛି ଦିନ ତଳେ ଟ୍ୱିଟର ବୋର୍ଡରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ । କିନ୍ତୁ ଏଲୋନ ଏହାକୁ ଆଗ୍ରହ୍ୟ କରି ଦେଇଥିଲେ ।

ଆମେରିକୀୟ ମିଡିଆ ରିପୋର୍ଟ ମୁତାବକ ଏଲନ ଟୁଇଟର ସଭାପତି ବ୍ରେଟ ଟେଲରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଟୁଇଟରରେ ନିବେଶ କରିବା ପରେ ମୋତେ ଅନୁଭବ ହେଉଛି ଯେ କମ୍ପାନୀ ବର୍ତ୍ତମାନର ରୂପରେଖରେ ଏହି ସାମାଜିକ ଅତ୍ୟାବଶ୍ୟକତାକୁ ବିକାଶ କରିବ ନାହିଁ। ଟ୍ୱିଟରକୁ ଏକ ଘରୋଇ କମ୍ପାନୀରେ ପରିଣତ କରାଯିବା ଆବଶ୍ୟକ। ” ତାଙ୍କ ପ୍ରସ୍ତାବ ଏକ ପୂର୍ଣ୍ଣ ଏବଂ ଅନ୍ତିମ ପ୍ରସ୍ତାବ ବୋଲି ମସ୍କ କହିଛନ୍ତି। ଯଦି ଏହା ଗ୍ରହଣ କରାଯାଏ ନାହିଁ, ତେବେ ସେମାନଙ୍କୁ ଅଂଶୀଦାର ଭାବରେ ସେମାନଙ୍କର ସ୍ଥିତିକୁ ପୁନର୍ବିଚାର କରିବାକୁ ପଡିବ ।

 

 

 

Get real time updates directly on you device, subscribe now.