fbpx
BSKY
BJD MS SKY
BJD YOUTH SKY

ୟୁକ୍ରେନ ପରେ ଏବେ ଏହି ଦେଶକୁ ଟାର୍ଗେଟ କରୁଛି ଋଷ: ମସ୍କୋ ଦେଲା ଏମିତି ଧମକ

ନୂଆଦିଲ୍ଲୀ: ଜାତିସଂଘରୁ ବାହାରିବା ପରେ ଧମକ ପରେ ଧମକ ଦେଇ ଚାଲିଛି ଋଷ । ଏହା ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ୟୁନିଅନକୁ ଚେତାବନୀ ଦେଇଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦବେଦେବ । ଫିନଲାଣ୍ଡ ଏବଂ ସ୍ୱିଡେନ ମଧ୍ୟରୁ ଯଦି କେହି ନାଟୋରେ ସାମିଲ ହୁଅନ୍ତି ତେବେ ବାଲଟିକ ଦେଶ ଏବଂ ସ୍କେଣ୍ଡିନୋଭିଆ ନିକଟବର୍ତ୍ତୀ ଅଞ୍ଚଳରେ ପରମାଣୁ ହତିଆର ନିୟୋଜିତ କରିବ ବୋଲି ଋଷ ଧମକ ଦେଇଛି ।

ସୁରକ୍ଷା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ରାଷ୍ଟ୍ରପତି ଦିମିତ୍ରି ମେଦବେଦେବ ଟେଲିଗ୍ରାମ ଜରିଆରେ ଏ ନେଇ ଚେତାବନୀ ଦେଇଛନ୍ତି । ଯଦି ଏହି ଦୁଇ ଦେଶ ନାଟୋରେ ଯୋଗ ଦିଅନ୍ତି ତେବେ ଋଷ ନଟୋ ସଦସ୍ୟଙ୍କ ସହିତ ନିଜ ଭୂମି ସୀମା ଦ୍ୱିଗୁଣିତ କିମ୍ବା ଅଧିକ କରିବ । ତେଣୁ ଏହି ସୀମାକୁ ସ୍ୱାଭାବିକ ଭାବରେ ସୃଦୃଢ କରିବାକୁ ହେବ । ତେବେ ଏହି ସମ୍ବନ୍ଧରେ ଅଦିକ ଆଲୋଚନା କରିବା ଉଚିତ ନୁହେଁ । କିନ୍ତୁ ଋଷ ଏଭଳି ସମୟରେ ପରମାଣୁ ହତିଆର ନିୟୋଜିତ କରିବାର ଅଧିକାରୀ ବୋଲି ସେ ଦାବି କରିଛନ୍ତି । ସ୍ଥଳ ଏବଂ ବାୟୁସେନାକୁ ସୁଦୃଢ କରିବା ସହିତ ଫିନଲାଣ୍ଡ ଉପରେ ନୌସେନା ନିୟୋଜିତ କରିବ ଋଷ ।

ମସ୍କୋର ଏହି କାର୍ଯ୍ୟକଳାପ ଫିନଲାଣ୍ଡ ଏବଂ ସ୍ୱିଡେନରେ ସାମରିକ ନିୟମକୁ ନେଇ ଦୀର୍ଘ ଦିନ ଧରି ଚାଲି ଆସୁଥିବା ନିୟମରେ ସାର୍ବଜନିକ ଏବଂ ରାଜନୈତିକ ରୂପରେ ନୂଆ ମୋଡ ନେଇଛି । ନାଟୋରେ ସାମିଲ ହେବ କି ନାହିଁ ସେ ନେଇ ଏହି ସପ୍ତାହରେ ନିଷ୍ପତ୍ତି ନେବ ବୋଲି କହିଛି ଫିନଲାଣ୍ଡ । ସେପଟେ ସ୍ୱିଡେନ ମଧ୍ୟ ଏ ନେଇ ଚିନ୍ତା କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.