fbpx

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କ ସହ ଦୁଷ୍କର୍ମ: ବିବାହ ପାଇଁ କହିବାରୁ ଧର୍ମ ପରିବର୍ତ୍ତନ ପାଇଁ ରଖିଲେ ସର୍ତ୍ତ

ନୂଆଦିଲ୍ଲୀ: ମଣ୍ଡ୍ୟାର ନାଗମଙ୍ଗଳାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଅଞ୍ଚଳର ୟୁନୁସ ପାଶା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ୟୁନୁସ ପାଶା ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ଫୋନ ଦେଇ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପରେ ନାବାଳିକାଙ୍କର କିଛି ଆପତ୍ତିଜନକ ଫୋଟକୁ ବ୍ୟବହାର କରି ନାବାଳିକାଙ୍କୁ ବ୍ଲାକମେଲ କରି ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଏହି ସବୁ କାଣ୍ଡ କରି ଅଟକି ନଥିଲା । ବିବାହ ପାଇଁ ପିଡ଼ିତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ଚାପ ପକାଉଥିଲା ।

ମାଣ୍ଡ୍ୟାର ଏସପି ଇନ୍ ୟତିଶଙ୍କ ସୂଚନା ଅନୁଯାୟୀ, ପୀଡିତା ତଥା ଅଭିଯୁକ୍ତ ୟୁନୁସ ନାଗମଙ୍ଗାଳା ଅଞ୍ଚଳରେ ସାମ୍ନାସାମ୍ନି ଥିବା ଘରେ ରୁହନ୍ତି । ଏଥିପାଇଁ ଅଭିଯୁକ୍ତ ଏବଂ ନାବାଳିକା ଜଣକ ପରସ୍ପରକୁ ଜାଣିଥିଲେ । ଅଭିଯୁକ୍ତ ପ୍ରଥମେ ପୀଡିତାଙ୍କୁ ଜାଣିବାକୁ ଚେଷ୍ଟା କରିଥିଲା । ପୀଡିତାଙ୍କ ପରିବାର ସଦସ୍ୟଙ୍କ ବିନା ଜାଣତରେ ତାଙ୍କୁ ସ୍ମାର୍ଟ ଫୋନ୍ ଉପହାର ଦେଇଥିଲା ଏବଂ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ ସର୍ବଦା କଥାବାର୍ତ୍ତା ଆରମ୍ଭ କରିଥିଲା ।
ଅଭିଯୁକ୍ତ ୟୁନୁସ୍ ଧୀରେ ଧୀରେ ପୀଡିତାଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇଲା ଏବଂ ଦିନେ ଭିଡିଓ କଲ ମାଧ୍ୟମରେ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ରେକର୍ଡ କଲା ଏବଂ ତା’ପରେ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇବାକୁ ଲାଗିଥିଲା । ଯେତେବେଳେ ପୀଡିତା ମନା କରିଥିଲେ, ସେ ଏହି ଫୋଟଗୁଡ଼ିକୁ ତାଙ୍କ ପରିବାରକୁ ଦେଖାଇବାକୁ ଧମକ ଦେଇଥିଲା । ନଭେମ୍ବର ୮ ରେ ପୀଡିତାଙ୍କ ପରିବାର ୪ ଦିନ ପାଇଁ ଶରିଡ଼ି ସାଇ ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଘରେ କେବଳ ପୀଡିତା ଏବଂ ତାଙ୍କ ଜେଜେମା ଥିଲେ । ଏହି ସମୟର ସୁଯୋଗ ନେଇ ୟୁନୁସ୍ ନଭେମ୍ବର ୧୦ ରେ ପୀଡିତାଙ୍କୁ ନିଦ ବଟିକା ଖାଦ୍ୟରେ ମିଶାଇ ଜେଜେମା’ଙ୍କୁ ଖାଇବାକୁ ଦେବାକୁ ବାଧ୍ୟ କରିଥିଲା । ଯେତେବେଳେ ଜେଜେମା ଖାଦ୍ୟ ଖାଇବା ପରେ ଶୋଇ ଯାଇଥିଲେ, ଅଭିଯୁକ୍ତ ପୀଡିତାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା ।

ନଭେମ୍ବର ୧୯ ରେ ପୀଡିତାଙ୍କ ପିତା ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଅନୁଯାୟୀ, ନଭେମ୍ବର ୧୨ ରେ ଶିରିଡ଼ିରୁ ଫେରିବା ପରେ ପୀଡିତାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା । ଏହି ସମୟରେ, ପୀଡିତା ଅଭିଯୁକ୍ତ ୟୁନୁସକୁ ଫୋନ କରି ବିବାହ କରିବା ବିଷୟରେ କହିଥିଲେ । କିନ୍ତୁ ସେତେବେଳେ ୟୁନୁସ ଏକ ସର୍ତ୍ତ ରଖିଥିଲା ଯେ ସେ ପୀଡିତାଙ୍କୁ ବିବାହ କରିବେ ଯେତେବେଳେ ସେ ହିନ୍ଦୁ ଧର୍ମ ଛାଡି ଇସଲାମ ଧର୍ମ ଗ୍ରହଣ କରିବେ ।

 

ଏହି କାରଣରୁ ପୀଡିତା ଆହୁରି ଚିନ୍ତିତ ହୋଇଥିଲେ, ଯାହା ପରେ ସେ ୧୮ ନଭେମ୍ବରରେ ନିଜ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ନଭେମ୍ବର ୧୯ ରେ, ପୀଡିତାଙ୍କ ବାପା ୟୁନୁସ ପାଶାଙ୍କ ବିରୋଧରେ ଦୁଷ୍କର୍ମ ଓ ବ୍ଲାକମେଲ ଅଭିଯୋଗ ଆଣିଥିଲେ ଏବଂ ପୋଲିସ ଅଭିଯୁକ୍ତ ୟୁନୁସଙ୍କୁ ଗିରଫ କରିଥିଲା । ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ ୟୁନୁସ ପୂର୍ବରୁ ବିବାହିତ ଏବଂ ଏକ ଶିଶୁର ପିତା ମଧ୍ୟ । ଏହି ମାମଲାର ପୋଲିସ ଅଧିକ ତଦନ୍ତ କରୁଛି ।

 

Get real time updates directly on you device, subscribe now.