fbpx
BJD
BJD SKY
BJD SKY

ବାଇକ୍ ପଛରେ ବସିଥିଲେ ସୁନ୍ଦରୀ, ଗୋଟିଏ ଝଟକାରେ ଛାଡ଼ିଗଲା ପୁଅର ହିରୋଗିରି, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିଙ୍କର ବିଭିନ୍ନ କାରନାମାର ଭିଡିଓ ଅନେକ ସମୟରେ ସୋସିମାଲ ମିଡ଼ିଆରେ ଭାଇରାଲ ହୋଇଥାଏ । ପ୍ରେମ ବ୍ୟାପାରକୁ ନେଇ ହେଉ ବା ଗଣ୍ଡଗୋଳକୁ ନେଇ ହେଉ ଅନେକ ଘଟଣା ଘଟିଥାଏ । ତେବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ବାଇକ ପଛରେ ବସାଇ ଯାଉଥିବା ବେଳେ ହଠାତ୍ ଘଟିଥିଲା ଏକ ଦୁର୍ଘଟଣା । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଯୁବକ ଜଣଙ୍କ ହାଫ୍ ପ୍ୟାଣ୍ଟ ପିନ୍ଧି ଜଣେ ସୁନ୍ଦରୀଙ୍କୁ ପଛରେ ବସାଇଥିଲେ । ସୁନ୍ଦରୀ ମଧ୍ୟ ଯୁବକଙ୍କୁ ପଛପଟୁ କୁଣ୍ଢାଇ ଧରି ବସିଥିଲେ । ଯୁବକ ଜଣଙ୍କ ହିରୋ ଅନ୍ଦାଜରେ ବାଇକକୁ ଚଳାଉଥିବା ବେଳେ ଅନ୍ୟ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ସୁନ୍ଦରୀ ଓ ହିରୋ ତଳେ ପଡ଼ିଯାଇଥିଲେ । ତେବେ ଏହି ଦୁର୍ଘଟଣାରେ ଦୁହିଁଙ୍କର ବିଶେଷ କ୍ଷତି ଘଟି ନଥିଲେ ହେଁ ପୁଅର ହିରୋଗିରି ପୂରା ଛାଡ଼ିଯାଇଥିଲା ।

ଏହି ଭିଡିଓକୁ ଟ୍ୱିଟରରେ ଜଣେ ୟୁଜର ଶେୟାର କରିଛନ୍ତି । ଭିଡିଓଟି ମାତ୍ର ୧୬ ସେକେଣ୍ଡର ହୋଇଥିଲେ ହେଁ ଏହାକୁ ପାଖାପାଖି ୧୬ ହଜାର ଥର ଦେଖା ସରିଲାଣି । ଭିଡିଓକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଜଣାପଡ଼ିଛି । ଅଧିକ ଷ୍ଟାଇଲ ମାରିଲେ ପରିଣାମ ଏପରି ଭୋଗିବାକୁ ପଡ଼ିଥାଏ ବୋଲି କିଛି ୟୁଜର ଲେଖିଛନ୍ତି ।

Get real time updates directly on you device, subscribe now.