fbpx

ଧନ୍ୟରେ ତୁ ବାଳକ: ଜଣେ ବୟଫ୍ରେଣ୍ଡଙ୍କୁ ନେଇ ଦୁଇ ଯୁବତୀଙ୍କ ମଧ୍ୟରେ ଲାଗିଲା ଘମାଘୋଟ ଲଢ଼େଇ, ଦେଖନ୍ତୁ Video

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁଇଜଣ ଯୁବତୀ ତାଙ୍କର ଏକମାତ୍ର ବୟଫ୍ରେଣ୍ଡ ପାଇଁ ମାରପିଟ୍ ହେଉଥିବା ଦେଖାଯାଉଛି । ତେବେ ଝଗଡ଼ା ବେଳକୁ ବେଳ ଉଗ୍ରରୂପ ଧାରଣ କରୁଥିବା ଭିଡିଓରୁ ଜଣାପଡ଼ୁଛି । ଏହି ସମୟରେ କିଛି ମହିଳା ଝଗଡ଼ାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାଟି ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳରେ ଘଟିଥିଲା । ଦୁଇ ଯୁବତୀ ପରସ୍ପରଙ୍କ ଚୁଟି ଧରି ଘୋଷାରି ନେଉଥିବା ବେଳେ ଠେଙ୍ଗାରେ ମାଡ଼ ମାରୁଥିଲେ । ଅନେକ ମହିଳା ସେମାନଙ୍କୁ ରୋକିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିଲେ । ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିଚ୍ ରାସ୍ତାରେ ଏହି ଘଟଣା ଘଟିଥିବାରୁ ସେଠାରେ ବହୁ ଲୋକ ରୁଣ୍ଡ ହୋଇଥିଲେ ।

ଶେଷରେ ଏହି ମାମଲା ପୋଲିସ ନିକଟରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଦୁଇ ଯୁବତୀ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଜଣେ ପ୍ରେମିକଙ୍କ ପାଇଁ ଦୁଇ ଯୁବତୀ ଝଗଡ଼ା କରିଥିବା ଜଣାପଡ଼ିଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଦୁଇ ପକ୍ଷଙ୍କ ମଧ୍ୟରୁ ପୋଲିସରେ କୌଣସି ଅଭିଯୋଗ ଦାଖଲ କରାଯାଇ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.