fbpx

ଅଦ୍ଭୁତ ସାପ: ଦେଖନ୍ତୁ ଦୁଇଟି ମୁଣ୍ଡ ୪ ଆଖି ଥିବା ଦୁର୍ଲଭ ଭୟାନକ ସାପ

ପୃଥିବୀରେ ବିଭିନ୍ନ ପ୍ରକାର ଏବଂ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳନ୍ତି । ଏମାନଙ୍କ ଭିତରେ ସାପ ଦେଷଖିବାକୁ ଯେତିକି କୌତୁହଳ ତା’ଠୁ ଖୁବ ଅଧିକ ଭୟାନକ ମଧ୍ୟ ହୋଇଥାନ୍ତି । ତେବେ କିଛି ସାପ ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ବିଷଧର ନ ହୋଇଥିଲେ ବି ଦେଖିବା ପାଇଁ ଖୁବ ଭୟଙ୍କର ହୋଇଥାନ୍ତି । ତେବେ ଆଜିକାଲି ସୋସିଆଲ ମିଡିଆରେ ଏବଂ ଇଣ୍ଟରନେଟରେ ସାପ ସହ ଜଜଡିତ ଅନେକ ଭିଡିଓ ଭାଇରାଲ ହୋଇଛି । କିନ୍ତୁ ଏବେ ଏମିତି ଏକ ସାପର ଫଟୋ ଭାଇରାଲ ହେଉଛି । ଏହି ସାପ ଦେଖିବା ପାଇଁ ଖୁବ ଭୟାନକ, କାରଣ ଏହାର ୨ଟି ମୁଣ୍ଡ ଏବଂ ୪ଟି ଆଖି ଥିବା ଫଟୋରେ ଦେଖିବାକୁ ମିଳିଛି ।

ତେବେ ଏହି ଅଦ୍ଭୁତ ଏବଂ ଦୁର୍ଲଭ ସାପ ରାଜସ୍ଥାନର ଟୋଙ୍କ ଜିଲ୍ଲାର ଦେବଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ସାପ ଦେହରେ ଦୁଇଟି ମୁଣ୍ଡ ଏବଂ ଚାରିଟି ଆଖି ଥିବା ଫଟୋରେ ଦେଖାଯାଇଛି । ଏମିତି ଏକ ଅଜବ ସାପକୁ ଦେଖିବା ପରେ ଘଟଣାସ୍ଥଳକୁ ସର୍ପ ବିଶେଷଜ୍ଞଙ୍କୁ ଡକାଯାଇଥିଲା । ସେମାନଙ୍କ ସାହାଯ୍ୟରେ ଏହି ଦୁର୍ଲଭ ସାପଟିକୁ ଉଦ୍ଧାର କରାଯାଇଛି । ତେବେ ସାପଟିର ବୟସ ପ୍ରାୟ ୬ ମାସ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୬ ମାସ ହୋଇଥିବା ଅନୁମାନ କରାଯାଉଛି । ବିଶେଷଜ୍ଞମାନଙ୍କୁ ଏହି ସାପଟିକୁ ହସ୍ତାନ୍ତର କରି ଦିଆଯାଇଥିବା ବେଳେ ଏହାର ଯାଞ୍ଚ କରିବା ପରେ ସୁରକ୍ଷିତ ଜଙ୍ଗଲରେ ଛାଡି ଦିଆଯିବ ।

ଏହି ସାପଟି କମନ ସ୍ୟାଣ୍ଡ ବୋଆ ପ୍ରଜାତିର ଏକ ସାପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଏହି ଅଞ୍ଚଳରେ ଏଭଳି ଏକ ସାପ ପ୍ରଥମ ଥର ପାଇଁ ଦେଖାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରେ ବୋଆ ସାପର ଦୁଇଟି ପ୍ରଜାତି ରହିଛି, (କମନ ସ୍ୟାଣ୍ଡ ବୋଆ ଏବଂ ରେଡ ସ୍ୟାଣ୍ଡ ବୋଆ) । ତେବେ ଏହି ପ୍ରଜାତିର ସାପମାନେ ଅଣ୍ଡା ଦେବା ପରିବର୍ତ୍ତେ ସିଧା ଛୁଆ ଜନ୍ମ କରନ୍ତି ବୋଲି ଜଣାଯାଇଛି ।

Get real time updates directly on you device, subscribe now.