fbpx

ଆମେରିକାରେ ଭାରତୀୟ ଟେକ୍ କମ୍ପାନୀଙ୍କୁ ସଫଳତା, ୨ ଲକ୍ଷ ଆମେରିକୀୟଙ୍କୁ ଦେଇଛି ଚାକିରି

ନୂଆଦିଲ୍ଲୀ: ଆମେରିକାରେ ୨୦୨୧ ରେ ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରୀ ୧୦୩ ଡଲାରର ରେଭେନ୍ୟୁ ଜେନେରେଟ୍ କରିବା ସହ ୨,୦୭,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି ଗତବର୍ଷ । ଯେଉଁଥିରେ କର୍ମଚାରୀଙ୍କ ହାରାହାରି ଦରମା ୧୦୬.୩୬୦ ଡଲାର ରହିଥିଲା, ଏହା ସହ ୨୦୧୭ ତୁଳନାରେ ୨୨ ପ୍ରତିଶତ କର୍ମଚାରୀ ମଧ୍ୟ ବୃଦ୍ଧି ହୋଇଛନ୍ତି । ବୁଧବାର ଜାରି ହୋଇଥିବା ନାସକମ୍ ରିପୋର୍ଟରେ ଏହା ଜଣାପଡ଼ିଛି ।

ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରୀର ସିଧା ପ୍ରଭାବ ଆଜିର ଦିନରେ ଆମେରିକାର ଅର୍ଥନୀତିରେ ସମୁଦାୟ ୩୯୬ ବିଲିୟନ ଡଲାର ଜେନେରେଟ୍ କରିବାରେ ସହାୟକ ହୋଇଛି । ଆମେରିକାରେ ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରୀରୁ ପ୍ରାୟ ୧୬ ଲକ୍ଷ ଚାକିରି ଏବଂ ୧୯୮ ବିଲିୟନ ଡଲାରର ସହାୟତା ମିଳିଛି, ଯାହାକି ୨୦୨୧ ରେ ଆମେରିକା ୨୦ ଟି ରାଜ୍ୟର ଅର୍ଥନୀତି ସହ ସମାନ । ଏନେଇ ନାସକମ୍ ଏବଂ ଆଇଏଚଏସର ରିପୋର୍ଟ କୁହାଯାଇଛି ।

ଭାରତୀୟ ବୈଷୟିକ କ୍ଷେତ୍ର ଆମେରିକାର ୫୦୦ ବଡ଼ ବଡ଼ କମ୍ପାନୀ ମଧ୍ୟରୁ ୭୫ % କମ୍ପାନୀଙ୍କ ସହ କାମ କରୁଛି । ଆଉ ଅଧିକାଂଶ କମ୍ପାନୀମାନଙ୍କ ହେଡକ୍ୱାର୍ଟର ଆମେରିକାରେ ରହିଛି । ତେଣୁ ଡିଜିଟାଲ ଯୁଗରେ ଯେଉଁ ସବୁ ସ୍କିଲ ଦରକାର ତାହାକୁ ଭାରତୀୟ ଟେକ୍ କମ୍ପାନୀମାନେ ବୁଝିବାକୁ ସକ୍ଷମ ବୋଲି କହିଛନ୍ତି ନାସକମ୍ ର ସଭାପତି ଦେବଜାନୀ ଘୋଷ ।

ଭାରତୀୟ ଟେକ୍ନୋଲୋଜି କମ୍ପାନୀଗୁଡିକ ୧.୧ ବିଲିୟନ ଡଲାରରୁ ଅଧିକ ଅବଦାନ ଦେଇଛନ୍ତି ଏବଂ ଆମେରିକାରେ ଷ୍ଟିମ ପାଇପଲାଇନକୁ ମଜବୁତ ତଥା ବିବିଧ କରିବା ପାଇଁ ପ୍ରାୟ ୧୮୦ ବିଶ୍ୱବିଦ୍ୟାଳୟ, କଲେଜ, କମ୍ୟୁନିଟି କଲେଜ ଏବଂ ଅନ୍ୟମାନଙ୍କ ସହ ସହଭାଗିତାରେ ବିକାଶ କରିଛନ୍ତି। କେବଳ କେ -୧୨ ପଦକ୍ଷେପ ପାଇଁ ଏହା ୩ ମିଲିୟନ୍ ଡଲାରରୁ ଅଧିକ ପ୍ରଦାନ କରିଛି  । ଏହି ପ୍ରୟାସ ଆମେରିକାରେ ଆଜି ପର୍ଯ୍ୟନ୍ତ ୨.୯ ମିଲିୟନ ଛାତ୍ର ଓ ଶିକ୍ଷକଙ୍କୁ ଯୋଡ଼ିଛି ।

Get real time updates directly on you device, subscribe now.