fbpx

(Video) ଭଉଣୀକୁ ବର୍ଷାରୁ ବଞ୍ଚାଇବା ପାଇଁ ଭାଇ କଲା ଏମିତି, ଦେଖିଲେ ଖୁସି ହୋଇଯିବେ ଆପଣ

ନୂଆଦିଲ୍ଳୀ: କୁହାଯାଏ ଭାଇ ଭଉଣୀର ସଂପର୍କ ଅତୁଟ । ଗୋଟିଏ ପଟେ ଝଗଡ଼ା କରୁଥିଲେ ବି ଅନ୍ୟପଟେ ପରସ୍ପରର ଯତ୍ନ ମଧ୍ୟ ନେଇଥାନ୍ତି । ସେଥିପାଇଁ ତ’ ରକ୍ଷା ବନ୍ଧନରେ ଭଉଣୀ ତା’ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ଭାଇ ବି ତାକୁ ସୁରକ୍ଷା ଦେବା ପାଇଁ ପଣ କରିଥାଏ  । ଆପଣ ମଧ୍ୟ କିଛି ଏଭଳି ବଡ଼ ଭାଇଙ୍କୁ ଦେଖିଥିବେ ଯେଉଁମାନେ ନିଜ ସାନ ଭଉଣୀର ଯତ୍ନ ନେଇଥାନ୍ତି, ଏମିତିକି ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ରହିଥାନ୍ତି । ଆଉ ଏବେ ଏଭଳି ଭାଇ ଭଉଣୀ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ଖୁସି ଆସିଯିବ ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ବର୍ଷା ଯୋଗୁଁ ରାସ୍ତାରେ ଅଧିକ ପାଣି ଜମି ରହିଛି । ଆଉ ରାସ୍ତା ପାରି କରି ସେପାଖକୁ ଯିବାକୁ ଚାହୁଛନ୍ତି ସ୍କୁଲରୁ ଫେରୁଥିବା ଦୁଇ ଭାଇ ଭଉଣୀ । କିନ୍ତୁ ବୋଧହୁଏ ପାଣିକୁ ଦେଖି ଭଉଣୀ ଟିକେ ଡରିଯାଇଛି । କିନ୍ତୁ ସାଙ୍ଗରେ ଅଛିନା ତା’ ଭାଇ, ବାସ୍ ନିଜ ମୁଣ୍ଡ ଖର୍ଚ୍ଚ କରିଥିଲା ଭାଇ ଆଉ, ତାପରେ ଯାହା କରିଥିଲା ତାକୁ ଦେଖିଲେ ଆପଣ ନିଶ୍ଚୟ ପ୍ରଂଶସା କରିବେ ଏହି କୁନି ଭାଇକୁ ।

ପ୍ରକୃତରେ ଯେତେବେଳେ ପିଲା ଦୁଇଜଣ ରାସ୍ତା ପାର୍ ହେବାକୁ ଚାହୁଥିଲେ ଭଉଣୀ ପ୍ରଥମେ ଡରି ଯାଇଥିଲା କିନ୍ତୁ ସାଙ୍ଗରେ ଥିବା ତା’ ଭାଇ ଭଉଣୀକୁ ନିଜ କାନ୍ଧରେ ଉଠାଇ ପାଣି ଭର୍ତ୍ତି ରାସ୍ତା ପାର୍ ହୋଇଥିଲେ । ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଭାଇ ନିଜର ସାନ ଭଉଣୀକୁ କିପରି କାନ୍ଧରେ ଉଠାଇ ନେଉଛି ଏବଂ ରାସ୍ତା ପାର୍ ହେଉଛି । ଭିଡିଓରୁ ଜଣାପଡ଼ୁଛି ଯେ ଏହି ଭାଇ ନିଜ ଭଉଣୀର କେତେ ଯତ୍ନ ନେଉଛି ।

ଏହି ଭିଡିଓକୁ ଦେଖି ୟୁଜର୍ସ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କମେଣ୍ଟ ଦେଉଛନ୍ତି ୟୁଜର୍ସ । କିଛି ୟୁଜର୍ସ କହିଛନ୍ତି ଯେ ଭଉଣୀ ବହୁତ୍ ଭାଗ୍ୟବାନ ତ’ କିଛି ୟୁଜର୍ସ କହିଛନ୍ତି ଭାଇ ଏହିଭଳି ହେବା ଦରକାର । ଭିଡିଓରେ କ୍ୟାପ୍ସନରେ ଲେଖାଯାଇଛି ଯେ ଭାଇ ଏବଂ ଭଉଣୀ ପୃଥିବୀର ସବୁଠୁ ସୁନ୍ଦର ଏବଂ ଶୁଦ୍ଧ ସଂପର୍କ । ପ୍ରକୃତରେ ଏହି କ୍ୟାପ୍ସନ ଭିଡିଓକୁ ସଂପୂର୍ଣ୍ଣ ଭାବରେ ମାନୁଛି ମଧ୍ୟ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.