fbpx

ଶାହରୁଖଙ୍କ ସିନେମାରେ ଫ୍ରି ରୋଲ କରିବେ ସାଉଥ ସୁପରଷ୍ଟାର: Jawanରେ ଦର୍ଶକ ଦେଖିବେ ଜଲୱା

ମୁମ୍ବାଇ: ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା Jawanକୁ ଚାହିଁ ରହିଛନ୍ତି ଦର୍ଶକ । ତେବେ ଏହି ଫିଲ୍ମକୁ ନେଇ ଏକ ଖୁସି ଖବର ମିଳିଛି । ଏହି ଫିଲ୍ମରେ ଶାହରୁଖଙ୍କ ସହିତ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ନୟନତାରା ମଧ୍ୟ ନଜର ଆସିବେ । ତେବେ ଶାହରୁଖ-ନୟନତାରାଙ୍କ ଯୋଡି ପରେ ମଧ୍ୟ ଦର୍ଶକଙ୍କ ପାଇଁ ଆଉ ଏକ ସରପ୍ରାଇଜ ରଖିଛି Jawanର ଟିମ । ସାଉଥର ସୁପରଷ୍ଟାର ଥାଲାପତି ବିଜୟ ହେଉଛନ୍ତି ଏହି ଫିଲ୍ମର ସବୁଠୁ ବଡ ସରପ୍ରାଇଜ ।

Vijay to start shooting for Thalapathy 66 from this date? - Tamil News -  IndiaGlitz.com

ନିର୍ଦ୍ଦେଶକ ଏଟଲୀଙ୍କ ଏହି ସିନେମାରେ କ୍ୟାମିଓ ରୋଲରେ ନଜର ଆସିବେ ଥାଲାପତି ବିଜୟ । ତାଙ୍କର ଏହି ରୋଲ ଦର୍ଶକ ମାନଙ୍କ ପାଇଁ ଏକ ଛୋଟ ଉପହାର ରହିବ । ତେବେ ବିଜୟଙ୍କର ଏହି ସିନକୁ ସେ ଗୋଟିଏ ଦିନରେ ଶେଷ କରିବେ ବୋଲି ଜଣାଯାଇଛି । ସବୁଠୁ ବଡ କଥା ହେଉଛି ଏହି ରୋଲ ପାଇଁ ବିଜୟ କୌଣସି ଫିସ୍ ପାଇଁ ଡିମାଣ୍ଡ କରି ନାହାନ୍ତି । କାରଣ ସେ ଏହି ଫିଲ୍ମ ଦ୍ୱାରା କିଙ୍ଗ ଖାନ ଏବଂ ଏଟଲୀଙ୍କ ସହ ଖାସ ବଣ୍ଡିଂ ସେୟାର କରିବାକୁ ଚାହାନ୍ତି ।

Viral video: When a sweat-drenched Shah Rukh Khan and Thalapathy Vijay  broke into an impromptu jig at an event

ତେବେ ଏହି ସିନେମାରେ ବିଜୟଙ୍କ ଏଣ୍ଟ୍ରି ହେବା କଥା ଶୁଣିବା ପରେ ଖୁବ ଖୁସି ହୋଇଯାଇଛନ୍ତି ତାଙ୍କ ପ୍ରଶଂସକ । ଯଦିଓ ସିନେମାରେ ବିଜୟଙ୍କ ରୋଲକୁ ନେଇ ଅଫିସିଆଲ ଘୋଷଣା ହୋଇ ନଥିଲେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ସେପଟେ ଚଳଚ୍ଚିତ୍ରର ଖଳନାୟକ ଚରିତ୍ର ପାଇଁ ପ୍ରଯୋଜକ ବିକ୍ରମ ଫେମ ବିଜୟ ସେଥୁପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏ ନେଇ ପ୍ରକୃତ ତଥ୍ୟ ଜଣାପଡି ନାହିଁ । ଆସନ୍ତା ବର୍ଷ ଜୁନ ୨ ତାରିଖରେ ରିଲିଜ ହେବ ଏହି ସିନେମା ।

Get real time updates directly on you device, subscribe now.