fbpx

୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟା ୧୬୬ କୋଟି ଟପିବ: ବଢ଼ିବ ଜଳ ସଙ୍କଟ, ସ୍ୱାସ୍ଥ୍ୟ ଓ ବେକାରି ସମସ୍ୟା, ପଢ଼ନ୍ତୁ ସ୍ପେଶାଲ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୩ରେ ଭାରତ ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ଏବେ ଜନଂସଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଲାଗୁ ହେବା ଜରୁରୀ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଗତ ୫୦ ବର୍ଷ ମଧ୍ୟରେ କେଉଁ ଧର୍ମର ଜନସଂଖ୍ୟା କେତେ ବୃଦ୍ଧି ପାଇଛି ତାହା ଆମେ ଜାଣିବା ନିହାତି ଜରୁରୀ । ଜନସଂଖ୍ୟାର ଏହି ବୃଦ୍ଧିର ବୋଝ ଦେଶ ପାଇଁ କେତେ କ୍ଷତିକାରକ ହେବ ତାହା ଉପରେ ତର୍ଜମା ହେବା ଆବଶ୍ୟକ ।

ତେବେ ଜନସଂଖ୍ୟା ମାମଲାରେ ଭାରତ ଆସନ୍ତାବର୍ଷ ସୁଦ୍ଧା ଚୀନକୁ ଟିପିଯିବ ବୋଲି ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କୁହାଯିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆମେରିକାର ଏକ ରିପୋର୍ଟ ମୁତାବକ, ଅଷ୍ଟାଦଶ ଶତାବ୍ଦୀରେ ଭାରତର ଜନସଂଖ୍ୟା ପାଖାପାଖି ୧୨ କୋଟି ରହିଥିବ । ୧୮୨୦ରେ ଏହା ୧୩.୪୦ କୋଟି ରହିଥିବା ବେଳେ ଊନବିଂଶ ଶତାବ୍ଦୀରେ ୨୩ କୋଟି ଟପିଥିଲା । ୨୦୦୧ରେ ଜନସଂଖ୍ୟା ୧୦୦ କୋଟି ଟପିଥିବା ବେଳେ ବର୍ତ୍ତମାନ ୧୪୦ କୋଟି ପାଖାପାଖି ରହିଛି । ତେବେ ୨୦୫୦ ସୁଦ୍ଧା ଦେଶର ଜନସଂଖ୍ୟା ୧୬୬ କୋଟିରେ ପହଞ୍ଚିଯିବ ।

ତେବେ ଦ୍ରୁତ ବେଗରେ ବଢ଼ୁଥିବା ଜନସଂଖ୍ୟାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ଆଗାମୀ ଦିନମାନଙ୍କରେ ହସ୍ପିଟାଲଗୁଡ଼ିକରେ ବେଡ୍ ସଂଖ୍ୟା ହ୍ରାସ ପାଇବ ବୋଲି ୨୦୧୯-୨୦ର ଆର୍ଥିକ ସର୍ଭେରୁ ସ୍ପଷ୍ଟ ହୋଇଛି । ୨୦୫୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୧.୫ କୋଟି ଯୁବକ ଶ୍ରମିକ ଭାବେ ନିୟୋଜିତ ହେବେ । ପ୍ରତ୍ୟେକ ଦିନ ୩୩ ହଜାର ଲୋକ ଚାକିରି ଖୋଜିବେ । ଜନସଂଖ୍ୟା ବଢ଼ିବା ପରେ କ୍ଷେତ କରିବା ପାଇଁ ଜମିର ଅଭାବ ପଡ଼ିବ ।

୨୦୧୮ର ନୀତି ଆୟୋଗ ରିପୋର୍ଟ ମୁତାବକ ୬୦ କୋଟି ଭାରତୀୟ ପିଇବା ପାଣିର ସଙ୍କଟ ମଧ୍ୟରେ ରହିଛନ୍ତି । ୨୦୩୦ ସୁଦ୍ଧା ପାଣିର ଅଭାବ ଦୁଇଗୁଣା ହୋଇଯିବ ଓ ୩୦ ପ୍ରତିଶତ ଲୋକ ପାଣି ପିଇବାକୁ ପାଇବେ ନାହିଁ । ଦେଶର ୯୭ କୋଟିରୁ ଅଧିକ ଜନତା ସୁସ୍ଥ ଖାଦ୍ୟ ଖାଇବାରୁ ବଞ୍ଚିତ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.