fbpx
BSKY
BJD SHG SKY
BJD YOUTH SKY

ଟୁଇଟରରେ ଟ୍ରେଣ୍ଡ ହେଉଛି #Boycott_Amazon, ରାଧା-କୃଷ୍ଣଙ୍କ ଅଶ୍ଳୀଳ ପେଣ୍ଟିଂ ବିକ୍ରି ନେଇ କ୍ଷୁବ୍ଧ ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟୁଇଟରରେ #Boycott_Amazon ଟ୍ରେଣ୍ଡ କରୁଛି। ଅନେକ ୟୁଜର୍ସ ଇ-କମର୍ସ ଓ୍ଵେବସାଇଟରେ ରାଧା ଏବଂ କୃଷ୍ଣଙ୍କ ଏକ ପେଣ୍ଟିଂକୁ ନେଇ ଆମାଜନକୁ ଟାର୍ଗେଟ୍ କରୁଛନ୍ତି। ଚିତ୍ରଟି ଅଶ୍ଳୀଳ ଥିବା ୟୁଜର୍ସ ଅଭିଯୋଗ କରିଛନ୍ତି। ହିନ୍ଦୁ ଜନଜାଗୃତି ସମିତି ଏହି ମାମଲାକୁ ନେଇ ଏଫଆଇଆର ରୁଜୁ କରାଇଛି। ହିନ୍ଦୁ ସଂଗଠନର ସଦସ୍ୟ ବେଙ୍ଗାଲୁରୁର ସୁବ୍ରମଣ୍ୟମ ନଗର ଥାନାରେ ଏଫଆଇଆର ଦେଇ ଆମାଜିନ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସଂଗଠନର କହିବା କଥା ଜନ୍ମାଷ୍ଟମୀ ସେଲ୍ ଆଧାରରେ Exotic India ମଧ୍ୟ ନିଜର ଓ୍ଵେବସାଇଟରେ ଏହି ପେଣ୍ଟିଂ ବିକ୍ରି କରିଥିଲା। ଏହାକୁ ନେଇ ବିରୋଧ ପ୍ରକାଶ ପାଇଥିଲା। ପରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆମାଜନ ଏବଂ ଏକ୍ସୋଟିକ ଇଣ୍ଡିଆ ଉଭୟ ନିଜର ଓ୍ଵେବସାଇଟରୁ ପେଣ୍ଟିଂକୁ ହଟାଇ ଦେଇଛି। କିନ୍ତୁ ଏହା ପର‌୍ୟ୍ୟାପ୍ତ ନୁହେଁ। ଆମାଜନ ଏବଂ ଏକ୍ସୋଟିକ୍ ଇଣ୍ଡିଆ ଉଭୟଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବା ଉଚିତ୍। ଯେପରିକି ଭବିଷ୍ୟତରେ ହିନ୍ଦୁଙ୍କ ଭାବାବେଗକୁ ଆଘାତ ନଦେବେ ସେ ନେଇ ସଂକଳ୍ପ ନେବା ଉଚିତ୍।

ହିନ୍ଦୁ ଜନଜାଗୃତି ନେତା ଟୁଇଟ୍ କରି କହିଛନ୍ତି, ଆମାଜନ ଲଗାତାର ଭାରତର ରାଷ୍ଟ୍ରୀୟ ଏବଂ ଧାର୍ମିକ ପ୍ରତୀକ ଓ ଦେବାଦେବୀଙ୍କ ଅନାଦାର କରି ଚାଲିଛି। ତେଣୁ ଏହି ସଂସ୍ଥା ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବାର ସମୟ ଆସି ଯାଇଛି।

ଆମାଜନ ପକ୍ଷରୁ ଅଦ୍ୟାବଧି ଏହି ମାମଲା ଉପରେ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। ଏହା ପୂର୍ବରୁ ମଧ୍ୟ ଆମାଜନ ଅନେକ ଥର ହିନ୍ଦୁଙ୍କ ଭାବାବେଗକୁ ଆଘାତ ଦେଇଛି। ୨୦୧୯ରେ ଆମାଜନ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ଆମେରିକାର ଏହି ଓ୍ଵେବସାଇଟ୍ ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ଟଏଲେଟ୍ ସିଟ୍ କଭର ବିକ୍ରି କରୁଥିଲା।

Get real time updates directly on you device, subscribe now.