fbpx

ବିଦେଶରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା: ଜାଣନ୍ତୁ କେତେ ହୋଇଛି ରୋଜଗାର

ମୁମ୍ବାଇ: ଅମୀରଖାନ ଓ କରୀନା କାପୁରଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ପୂର୍ବରୁ ଓ ପରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଏହାକୁ ଟ୍ରୋଲ କରାଯାଉଛି । ତେବେ ଲାଲ ସିଂହ ଚଡ୍ଡା ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦି ରିମେକ୍ । ଯାହାକୁ ଭାରତୀୟମାନେ ପସନ୍ଦ କରୁ ନଥିବା ବେଳେ ବିଦେଶରେ କିନ୍ତୁ ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବିଦେଶରେ ବହୁତ ପସନ୍ଦ କରାଯାଉଛି । ଏଥିସହିତ ଏହି ଫିଲ୍ମ ବିଦେଶରେ ବହୁତ ଭଲ ପଦର୍ଶନ କରିଛି । ଯାହାଫଳରେ ଏହି ମୁଭି ୧୧୦ କୋଟି ଟଙ୍କା ଇନକମ୍ କରିବାରେ ସଫଳ ହୋଇଛି । ସର୍ବଭାରତୀୟ ସ୍ତରରେ ଲାଲ ସିଂହ ଚଡ୍ଡା ଘରୋଇ ସଂଗ୍ରହକୁ ପଛରେ ପକାଇ ବିଦେଶରେ ଭଲ ବ୍ୟବସାୟ କରିଛି । ଘରୋଇ ବଜାରରେ ଫିଲ୍ମ ଲାଲ ସିଂହ ଚଡ୍ଡା ୬୦.୬୯ କୋଟି ରୋଜଗାର କରିଥିବା ବେଳେ ସେଥିମଧ୍ୟରୁ ବିଦେଶରୁ ୪୭.୭୮ କୋଟି ଟଙ୍କା ରୋଜଗାର କରିଛି । ଏହିପରି ଭାବରେ ସମଗ୍ର ବିଶ୍ୱରେ ମୋଟ ୧୦୮.୪୭ କୋଟି ଟଙ୍କା ରୋଜଗାର ହୋଇଛି ।

ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ଅମୀର ଖାନ ଓ କରୀନା କାପୁରଙ୍କ ଅଭିନୀତ ଚଳଚିତ୍ର ଲାଲ ସିଂହ ଚଡ୍ଡା ମୁକ୍ତିଲାଭ କରିଥିଲା । ଏହି ମୁଭିକୁ ନେଇ ଅନେକ ଗୁଜବ ସୃଷ୍ଟି ହେବା ସହ ବହୁ ବାଦ ବିବାଦ ମଧ୍ୟ ଦେଖାଦେଇଥିଲା । ଯାହାଫଳରେ ଘରୋଇ ବଜାରରେ ଏହି ଫିଲ୍ମ ସାମାନ୍ୟ ନିରାଶା ଦେଇଥିବା ବେଳେ ବିଦେଶରେ ଏହା ଭଲ ପଦର୍ଶନ କରିବା ସହ ଭଲ ରୋଜଗାର ମଧ୍ୟ କରିଛି ।

Get real time updates directly on you device, subscribe now.