fbpx

(Video) ସହିପାରିଲେନି ପ୍ରେମିକାର ପ୍ରତାରଣା, ଜୀବନ ହାରିଦେଲେ ପ୍ରେମିକ ପ୍ରବର…

ଯାଜପୁର: କୁହାଯାଏ ପ୍ରେମ ପାଇଁ ସାଙ୍ଗ ହୋଇ ରହିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ପ୍ରେମୀ ଯୁଗଳ । ପରସ୍ପର ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତିନାହିଁ । କିନ୍ତୁ ଯଦି ପ୍ରେମିକା କିମ୍ବା ପ୍ରେମିକ ଦିନେ ଧୋକା ଦିଅ ତେବେ କ’ଣ ହେବ ପରିସ୍ଥିତି, ଆଜ୍ଞା ହଁ ଏହି ଭଳି ଏକ ପ୍ରେମ ସଂପର୍କର କୁପରିଣତି ଖବର ସାମ୍ନାକୁ ଆସିଛି, ଯାହା ବଦଳାଇଦେଇଛି ପ୍ରେମର ପରିଭାଷା ।

ଯେଉଁଠାରେ ଜଣେ ପ୍ରେମିକା ଜୀବନଠାରୁ ଭଲପାଉଥିବା ପ୍ରେମିକକୁ ଧୋକା ଦେଇଛି । ଆଉ ଯାହାକୁ ସହି ନପାରି ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଛି ପ୍ରେମିକ । ଆଉ ସେପଟେ ଟଙ୍କା ଧରି ଚମ୍ପଟ ମାରିଛି ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ଜାଫରପୁର ଚାଉଳିଆ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୂଯାୟୀ, ଚାଉଳିଆ ଗାଁର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଶେଷଦେବ ସାହୁ ଏବଂ ଧୀରେନ୍ଦ୍ର ଦାଶଙ୍କ ଝିଅ ଲଭଲିବାଳା ଦାଶ (ବର୍ଷା)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଧୀରେ ଧୀରେ ତାଙ୍କର ପ୍ରେମ ଆଗକୁ ବଢ଼ିଥିଲା, କିନ୍ତୁ କିଛିଦିନ ପରେ ବର୍ଷା ଆରମ୍ଭ କରିଥିଲେ ତାଙ୍କର ପ୍ରକୃତ ଷଡ଼ଯନ୍ତ୍ର । ଧୀରେ ଧୀରେ କରି ହଜାର ହଜାର ଟଙ୍କା ଲୁଟିବା ଆରମ୍ଭ କରିଦେଇଥିଲେ, ଖାଲି ସେତିକି ନୁହେଁ ସୁନା ଅଳଙ୍କାର ମଧ୍ୟ କିଣିଥିଲେ ଶେଷଦେବ ବର୍ଷାଙ୍କ ପାଇଁ । ଏଭଳି ଭାବେ ମୋଟ ୫ରୁ୭ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ଆଣିଛନ୍ତି ଶେଷଦେବଙ୍କ ଭାଇ । ଆଉ ମନ ଭରିଯିବା ପରେ ଛାଡ଼ିବାକୁ ଚାହିଥିଲେ ଶେଷଦେବଙ୍କୁ ଏଥିପାଇଁ ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପଠାଇ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ଆଉ ଏସବୁ ସହିନପାରି ଶେଷରେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ ଶେଷଦେବ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.