fbpx

ଚୀନରେ ଭୟଙ୍କର ଧୂଳି ଝଡ଼… ବନ୍ଦ ହେଲା ଯାତାୟତ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଳୀ: ଆପଣ ଘୂର୍ଣ୍ଣିଝଡ଼ ତ’ ଦେଖିଥିବେ । କିନ୍ତୁ କ’ଣ ଆପଣ କେବେ ସ୍ୟାଣ୍ଡ ଷ୍ଟର୍ମ ବା ଧୂଳି ଝଡ଼ ଦେଖିଛନ୍ତି କି । ପ୍ରକୃତରେ ଏବେ ଭୟଙ୍କର ଧୂଳି ଝଡ଼ ଦେଖିବାକୁ ମିଳିଛି ଚୀନରେ । ଆଉ ଘୂର୍ଣ୍ଣି ଝଡ଼ ସମୟର ଭୟଙ୍କର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓଟି ହେଉଛି ଚାଇନାର ଉତ୍ତର-ପଶ୍ଚିମ କ୍ୱିଙ୍ଗହାଇ ପ୍ରଦେଶର ଦେଖିବାକୁ ମିଳିଛି । ଏହା କ୍ୱିଙ୍ଗହାଇର ବଡ଼ ଅଂଶକୁ ଘୋଡାଇଦେଇଛି ଏହି ଧୂଳି ଝଡ଼ । ଏହି ଝଡ ସମୟରେ ୧୦୦ମିଟର ଦୂରତା ମଧ୍ୟ ଦେଖାଯାଉନଥିଲା ।

ଭିଡିଓରେ ଦେଖିପାରୁଥିବେ କିଭଳି ଭୟଙ୍କର ଭାବେ ମାଡି ଆସୁଛି ଏହି ଧୂଳି ଝଡ଼ । ଏହା ଯୋଗୁଁ ସେଠାକାର ଅଞ୍ଚଳ ପୁରା ମରୁଭୂମି ଭଳି ଦୃଶ୍ୟମାନ ହେଉଛି ।

ତେବେ ଏଭଳି ସ୍ଥିତି ସେଠାରେ ୪ଘଣ୍ଟା ସମୟ ଧରି ଲାଗି ରହିଥିଲା । ଏହି ଧୂଳି ଝଡ ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଶହ ଶହ ଲୋକଙ୍କ ଯାତାୟାତାରେ ବାଧା ଉପୁଜିଥିଲା । ଏହା ଯୋଗୁଁ ସ୍ଥାନୀୟବାସୀଙ୍କ ସମତେ ସେଠାକୁ ପରିଦର୍ଶନରେ ଯାଇଥିବା ଲୋକେ ପ୍ରଭାବିତ ହୋଇଥିଲେ । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଧୂଳି ଝଡ ଯୋଗୁଁ କୌଣସି ଅଘଟଣ ଘଟିନି ।

Get real time updates directly on you device, subscribe now.