fbpx

(Video) ଚାଲିଥିଲା ଜନଶୁଣାଣି, ବିଷ ପିଇଦେଲେ ଦିବ୍ୟାଙ୍ଗ…

ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଦିବ୍ୟାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗଂଜାମ ଜିଲ୍ଲାରେ ଘଟିଛି ।

ଗଂଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବାବେଳେ ଜଣେ ଦିବ୍ୟାଙ୍ଗ ଅଭିଯୋଗକାରୀ ବିଷ ପିଇଦେଇଥିଲେ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବାକୁ ଲାଗିଛି ।

ସୂଚନା ଅନୁସାରେ ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ ତାଙ୍କ ଗୁହାରି ନଶୁଣିବାରୁ ସେ ବିଷ ପିଇ ଦେଇଥିଲେ । ଦିଗପହଣ୍ଡି ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ବିଷ ପିଇଥିବା ଉଦ୍ଧାର କରି ଦିଗପହଣ୍ଡି ଥାନା ଭେନରେ ବସାଇ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

 

Get real time updates directly on you device, subscribe now.