fbpx
BJD
BJD SKY
BJD SKY

ଗର୍ଭବତୀ ହେବାର ଖବର ଉପରେ ବୟଫ୍ରେଣ୍ଡର ଉଦାସ ହେବା ଆତ୍ମହତ୍ୟା ପାଇଁ ଉସକାଇବା ନୁହେଁ: ଅଭିଯୁକ୍ତକୁ ମିଳିଲା ଜାମିନ୍

ମୁମ୍ବାଇ: ଯଦି ପ୍ରେମିକା ଗର୍ଭବତୀ ଥିବା କୁହେ ଓ ବୟଫ୍ରେଣ୍ଟ ଉଦାସୀନତା ଦେଖାଏ, ତେବେ ଏହାକୁ ଆତ୍ମହତ୍ୟା ପାଇଁ ଉସକାଇବା କୁହାଯାଇ ପାରିବ ନାହିଁ । ଆତ୍ମହତ୍ୟା କରିବାକୁ ଉସକାଉଥିବା ଅଭିଯୋଗରେ ଗିରଫ ବୟଫ୍ରେଣ୍ଡକୁ ଜାମିନ ପ୍ରଦାନ କରୁଥିବା ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହି ଯୁବକର ୧୬ ବର୍ଷୀୟ ପ୍ରେମିକା ଆତ୍ମହତ୍ୟା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ସେ ଗର୍ଭବତୀ ନଥିବା ଜଣାପଡିଛି ।

ଝିଅଟି ନିଜ ରୁମରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଠାଣେ ଜିଲ୍ଲାର ଏହି ମାମଲାଟି ୩ ମାର୍ଚ୍ଚ ୨୦୨୧ର ବୋଲି ଜଣାପଡିଛି । ଝିଅର ମା’ ଅଭିଯୋଗ କରିଥିଲେ, ଯେଉଁଥିରେ ତାଙ୍କ ଝିଅ ଓ ଯୁବକଙ୍କ ହ୍ୱାଟ୍ସଆପ୍ ଚାଟକୁ ଦର୍ଶାଯାଇଥିଲା । ଏହା ଅନୁସାରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ।

ହ୍ୱାଟ୍ସଆପରେ ଯୁବତୀ ଜଣକ ଗର୍ଭବତୀ ଥିବା ପ୍ରେମିକଙ୍କୁ କହିଥିଲେ, ଯେଉଁଥିରେ ଯୁବକ ଉଦାସୀନତା ପ୍ରତିକ୍ରିୟା ଦେଖାଇଥିଲେ । ଏଥିରେ ରାଗିଯାଇ ଝିଅଟି ନିଜ ରୁମରେ ଫାଶୀ ଲଗାଇ ଦେଇଥିଲେ । ମାର୍ଚ୍ଚ ୨୦୨୧ ରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇବା ଓ ପୋକ୍ସୋର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା ।

ଏବେ ଶୁଣାଣି ପରେ ଜଷ୍ଟିସ୍ ଭାରତୀ ଡାଙ୍ଗରେ କହିଛନ୍ତି ଯେ, ହୁଏତ ଯୁବତୀ ଗର୍ଭବତୀ ହେବାର ଆଶଙ୍କା ଥିବାରୁ ଚିନ୍ତିତ ଥିଲେ । ଯେତେବେଳେ ସେ ପୁଅର ଉଦାସୀନ ପ୍ରତିକ୍ରିୟା ପାଇଥିଲେ, ସେବେ ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ଆତ୍ମହତ୍ୟା କରିବା ପାଇଁ ଉସକାଇବା ପ୍ରମାଣ କରିବା ଆବଶ୍ୟକ, ଯାହା ଅଭିଯୁକ୍ତଙ୍କ ହଠାତ୍ ଉଦାସୀନ ପ୍ରତିକ୍ରିୟା ଦ୍ୱାରା ପ୍ରମାଣିତ ହୋଇନାହିଁ । ପୁଅ ବୟସରେ ବହୁତ କମ୍ ଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ୨୫ ହଜାର ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.