fbpx
BSKY
BJD MS SKY
BJD YOUTH SKY

ଝିଅଙ୍କ ତୁଳନାରେ ପୁଅମାନେ ଫେଲ୍ ହେବାର ସମ୍ଭାବନା ଅଧିକ: UNESCOର ଦାବି

ନୂଆଦିଲ୍ଲୀ: ଝିଅଙ୍କ ତୁଳାନରେ ପୁଅମାନେ ପ୍ରାଥମିକ ଶ୍ରେଣୀରେ ପୁନଃ ପଢ଼ିବାର ସମ୍ଭାବନା ଅଧିକ ରହିଛି । ଏନେଇ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (UNESCO) ର ନୂଆ ‘ଗ୍ଲୋବାଲ୍ ଏଜୁକେସନ୍ ରିପୋର୍ଟ’ରେ ଦାବି କରାଯାଇଛି । Leave No Child Behind: Global Report on Boys’ Disengagement from Education’ ରିପୋର୍ଟରେ କୁହାଯାଇଛି ଯେ, ପ୍ରାଥମିକ ଓ ମାଧମିକ ସ୍କୁଲରେ ପଢ଼ୁଥିବା ପ୍ରାୟ ୧୩ କୋଟି ୨୦ ଲକ୍ଷ ପୁଅ ସ୍କୁଲ ଯାଉନାହାଁନ୍ତି ।

ଏହା ସହ ରିପୋର୍ଟରେ କୁହାଯାଇଛି ଯେ, ଝିଅଙ୍କ ତୁଳନାରେ ପୁଅମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବାର ବିପଦ ଅଧିକ ରହିଛି । ୧୩୦ଟି ଦେଶରେ ବାଳିକାମାନଙ୍କ ତୁଳନାରେ ପୁଅମାନେ ପ୍ରାଥମିକ ଶ୍ରେଣୀରେ ପୁନଃ ପଢ଼ିବାର ସମ୍ଭାବନା ଅଧିକ ରହିଛି । ଏହି ସଂଖ୍ୟାଗୁଡିକ ବିଦ୍ୟାଳୟରେ ସେମାନଙ୍କର ଖରାପ ଅଗ୍ରଗତିର ହାରକୁ ସୂଚାଇଥାଏ ।

ରିପୋର୍ଟରେ କୁହାଯାଇଛି ଯେ ୫୭ ଟି ଦେଶର ତଥ୍ୟ ଅନୁସାରେ, ପଢ଼ୁଥିବା କ୍ଷମତା ଦୃଷ୍ଟିରୁ ୧୦ ବର୍ଷ ବୟସର ପୁଅମାନେ ଝିଅମାନଙ୍କ ତୁଳନାରେ ବହୁତ ପଛରେ ଅଛନ୍ତି । କିଶୋର ବାଳକମାନେ ମାଧ୍ୟମିକ ସ୍ତରରେ ଝିଅମାନଙ୍କଠାରୁ ପଛରେ ଅଛନ୍ତି ।

ଏଥିରେ କୁହାଯାଇଛି ଯେ, ଝିଅମାନଙ୍କୁ କେବେ ସ୍କୁଲ ନ ଯିବାର ସମ୍ଭାବନା ଅଧିକ ଥିଲା, ମାତ୍ର ଅନେକ ଦେଶରେ ପୁଅମାନେ ପାଠ ପଢ଼ିନପାରିବା ଓ ସ୍କୁଲ ନଯିବାର ବିପଦ ଅଧିକ ରହିଛି । ଏହି ସମୟରେ ୧୩ କୋଟି ୨୦ ଲକ୍ଷ ପୁଅ ସ୍କୁଲ ଯାଉନାହାନ୍ତି । ଏହି ରିପୋର୍ଟରେ କଠୋର ଅନୁଶାସନ, ଶାରୀରିକ ଦଣ୍ଡ, ଲିଙ୍ଗଗତ ମାନଦଣ୍ଡ, ଗରିବ ଓ କାମ କରିବାର ଆବଶ୍ୟକତା ଆଦି କାରଣରୁ ପୁଅମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି ଦର୍ଶାଯାଇଛି ।

Get real time updates directly on you device, subscribe now.