fbpx

ପୁରୁଷମାନେ କରନ୍ତୁନି ଏହି ଭୁଲ୍: ଖରାପ ହୋଇପାରେ ଆପଣଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ: ପ୍ରତ୍ୟେକ ଜିନିଷ ପଛରେ କିଛି ନା କିଛି କାରଣ ରହିଛି, ଯାହାକି ଆପଣ ସମ୍ପର୍କକୁ ଗଢ଼ିବା ଓ ଭାଙ୍ଗିବା ଉପରେ ମଧ୍ୟ ଲାଗୁ ହୋଇଥାଏ । ଅବଶ୍ୟ ରିଲେସନସିପରେ ଥିବା ସମୟରେ ଆପଣଙ୍କୁ ନିଜ ସାଥି ଓ ନିଜ ଭିତରେ ଦୂରତା କେବେ ଆସିଲା ବୋଲି ଜଣାପଡିନଥାଏ । କିନ୍ତୁ ଝଗଡ଼ା, ଲଢ଼େଇ ବଢ଼ିଲେ ବା ବ୍ରେକଅପ୍ ହେଲେ ଆପଣଙ୍କୁ ଏହି ବିଷୟରେ ଧାରଣା ଆସିଥାଏ । ଏହା ପଛରେ ପୁୁଅମାନଙ୍କର ଛୋଟ ଛୋଟ ରହିଥାଏ । ତେବେ ଆସନ୍ତୁ ଜାଣିବା ପୁଅମାନଙ୍କର କେଉଁ ଭୁଲ ରହିଥାଏ, ଯାହା ଫଳରେ ସେମାନଙ୍କର ପ୍ରେମସମ୍ପର୍କ ଖରାପ ହୋଇଯାଏ ।

ଅନ୍ୟ ଝିଅମାନଙ୍କ ସହ ଅଧିକ ମିଶିବା:-
ସମସ୍ତଙ୍କୁ ନୁହେଁ, କିନ୍ତୁ କିଛି ଝିଅଙ୍କୁ ଏହା ବିଲକୁଲ ପସନ୍ଦ ନଥାଏ କି, ତାଙ୍କ ପ୍ରେମିକ ଆଉ କୌଣସି ଝିଅକୁ ଏଣ୍ଟରଟେନ୍ କରୁ । ଏପରି ପରିସ୍ଥିତିରେ ଯଦି ଆପଣ ଫ୍ରେଣ୍ଟ ସର୍କଲରେ ଥିବା କୌଣସି ଝିଅକୁ ହସାନ୍ତି ଓ ତାଙ୍କ ଫ୍ରେଣ୍ଡ ହେବାକୁ ଚେଷ୍ଟା କରନ୍ତି, ତେବେ ଆପଣଙ୍କ ପ୍ରେମିକାଙ୍କୁ ଖରାପ ଲାଗେ । ଏଥିପାଇଁ ଆପଣ ରିଲେସନସିପରେ ଏହି ଜିନିଷଗୁଡ଼ିକୁ ଏଡ଼ାଇବା ଉଚିତ୍ ।

ସମ୍ମାନ ନକରିବା:-
ମହିଳା ହୁଅନ୍ତୁ ବା ପୁରୁଷ, ସମସ୍ତଙ୍କ ପାଇଁ ସମ୍ମାନ ଆବଶ୍ୟକ । ଯଦି ଆପଣ କାହାର ପ୍ରଶଂସା କରୁନାହାନ୍ତି, ତେବେ କାହା ସାମ୍ନାରେ ତାର ଅପମାନ କରନ୍ତୁ ନାହିଁ । ଅନେକଥର ଆପଣ ଅନ୍ୟମାନଙ୍କ ଆଗରେ ଜାଣିଶୁଣି ଏପରି କିଛି କହିଦିଅନ୍ତି, ଯାହାଫଳରେ ଆପଣଙ୍କ ପାର୍ଟନର ଅପମାନିତ ହୋଇଥାନ୍ତି । ଏଥିପାଇଁ ନିଜ ପାର୍ଟନରଙ୍କୁ ସମ୍ମାନ ଦିଅ ।

ପିଲାଳିଆ କାମ:-
ରିଲେସନସିପ୍ ଆରମ୍ଭରେ ଯେଉଁ ପିଲାଳିଆ କାମ ଯୋଗୁଁ ଝିଅମାନେ ଆପଣଙ୍କୁ ପସନ୍ଦ କରିଥାନ୍ତି, ପରେ ସେହି ଅଭ୍ୟାସ ତାଙ୍କୁ ଖରାପ ଲାଗିଥାଏ । ସମ୍ପର୍କରେ ଥିବା ସମୟରେ ସବୁ ଝିଅମାନେ ଚାହାଁନ୍ତି କି, ତାଙ୍କ ପାର୍ଟନର ମାଚ୍ୟୁର ଭାବେ ବ୍ୟବହାର କରନ୍ତୁ । ଅନେକ ପୁରୁଷ ନିଜର ପିଲାଳିଆ କାମ ଯୋଗୁଁ ନିଜ ସମ୍ପର୍କ ଖରାପ କରିଦିଅନ୍ତି ।

Get real time updates directly on you device, subscribe now.