fbpx

ଫୁଲୁଛି ବ୍ରାହ୍ମଣୀ; ପାଣି ଘେରରେ ରାଉରକେଲାର ବାଲୁଘାଟ ଅଂଚଳ

ରାଉରକେଲା(ଓଡ଼ିଶା ଭାସ୍କର): ପ୍ରବଳ ବର୍ଷାରେ ଘରେ ପଶିଲା ବ୍ରାହ୍ମଣୀ ନଦୀ ପାଣି। ପ୍ରବଳ ବର୍ଷା ଯୋଗୁଁ ରାଉରକେଲା ସହରରେ ପଶିଲା ନଦୀ ପାଣି। ରାଉରକେଲା ସହରର ବାଲୁଘାଟ ଅଞ୍ଚଳରେ ଘରେ ପଶିଲା ବ୍ରାହ୍ମଣୀ ନଦୀର ପାଣି। ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ। ରାଉରକେଲା ବାଲୁଘାଟ ଅଞ୍ଚଳରେ ପ୍ରାୟ ୪୦ ବା ୫୦ ରୁ ଅଧିକ ପରିବାର ପାଣି ଘେରରେ। ପ୍ରବଳ ବର୍ଷା ଯୋଗୁଁ ଗତ କାଲି ରାତିରେ ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁ ନଦୀ କୁଳିଆ ଅଞ୍ଚଳ ବାଲୁଘାଟ ଅଞ୍ଚଳରେ ପଶିଲା ପାଣି।
ଏପର୍ୟ୍ୟନ୍ତ ଘରେ ପଶି ରହିଛି ପାଣି। ପ୍ରତ୍ୟେକ ବର୍ଷ ବର୍ଷା ହେଲା ମାତ୍ରକେ ଏହି ଅଞ୍ଚଳରେ ପାଣି ପଶୁଛି। କିନ୍ତୁ ନିଘା ନାହିଁ ସ୍ଥାନୀୟ ପ୍ରଶାସନ ର ପ୍ରତ୍ୟେକ ବର୍ଷ ଏଭଲି ପାଣି ପସିବାରେ ଲାଗିଛି କିନ୍ତୁ ଲୋକେ ପାଇ ପାଇପାରୁନାହାନ୍ତି ସୁବିଧା।

Get real time updates directly on you device, subscribe now.