fbpx
BJD SKY
BJD SKY

‘ବ୍ରହ୍ମାସ୍ତ୍ର’ର ସଫଳତା ଯୋଗୁଁ ଜାତୀୟ ସିନେମା ଦିବସକୁ ସ୍ଥଗିତ: ସେପ୍ଟେମ୍ବର ୨୩ରେ ମାତ୍ର ୭୫ ଟଙ୍କାରେ ମିଳିବ ଟିକେଟ୍

BJD

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ର ଯାଦୁ ଏବେ ସିନେମାଘରେ ଜୋରସୋରରେ ଚାଲିଛି । ଏହି ଫିଲ୍ମ ୯ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ରିଲିଜର ମାତ୍ର ୪ ଦିନରେ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସ୍ କଲେକ୍ସନରେ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ସେପ୍ଟେ୍ଟମ୍ବର ୧୬ ରେ ସିନେମାହଲରେ ୭୫ ଟଙ୍କାରେ ପ୍ରଦର୍ଶିତ ହେବାର ଥିଲା । କିନ୍ତୁ ବକ୍ସ ଅଫିସରେ ଫିଲ୍ମର ରେସପନ୍ସ ଏପର୍ଯ୍ୟନ୍ତ ଭଲ ଥିବାରୁ, ଏହାର ବ୍ୟବସାୟ ମେଣ୍ଟେନ ରଖିବା ପାଇଁ ନିର୍ମାତାମାନେ ସେହି ମୂଲ୍ୟରେ ସିନେମା ହଲରେ ଦେଖାଇବେ । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କହିଛି ଯେ, ସେପ୍ଟେମ୍ବର ୧୬ ରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଫିଲ୍ମ ସେପ୍ଟେମ୍ବର ୨୩ ରେ ମାତ୍ର ୭୫ ଟଙ୍କାରେ ପ୍ରଦର୍ଶିତ ହେବ । ବିଶେଷ କଥା ହେଉଛି ଏହି ଅଫର ସମଗ୍ର ଦେଶରେ ଲାଗୁ ହେବ ।

ଜାତୀୟ ସିନେମା ଦିବସର ଅଫରରେ ପିଭିଆର, ଆଇନକ୍ସ ସମେତ ୪୦୦୦ରୁ ଅଧିକ ମଲ୍ଡିପ୍ଲେକ୍ସ ଓ ଥିଏଟରରେ ବ୍ରହ୍ମାସ୍ତ୍ର ସମେତ ଅନ୍ୟାନ୍ୟ ଫିଲ୍ମ ଦେଖିବାକୁ ମିଳିବ । ଫଳରେ ବର୍ତ୍ତମାନ ଭଲ କଲେକ୍ସନ୍ କରୁଥିବା ଚଳଚ୍ଚିତ୍ରଗୁଡିକ ପାଇଁ ଫାଇଦା ହେବ ।

ଚଳିତ ବର୍ଷ ସିନେମାହଲରେ ଅଧିକାଂଶ ଚଳଚ୍ଚିତ୍ର ଫ୍ଲପ୍ ହୋଇଛି । କିନ୍ତୁ କିଛି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ କଲେକ୍ସନ୍ କରିଥିଲା । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦାବି କରିଛି ଯେ. ଜାତୀୟ ସିନେମା ଦିବସରେ ସବୁ ବୟସର ଲୋକମାନେ ଥିଏଟରକୁ ଚଳଚ୍ଚିତ୍ର ଦେଖିବା ପାଇଁ ଆସିପାରିବେ ।

୭୫ ଟଙ୍କା ପାଇଁ ଟିକେଟ୍ କିପରି ବୁକ୍ କରିବେ ?
ସେପ୍ଟେମ୍ବର ୨୩ ରେ ୭୫ ଟଙ୍କାରେ ଦେଖାଯିବାକୁ ଥିବା ଚଳଚ୍ଚିତ୍ରର ବୁକିଂ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରାଯାଇପାରିବ । ତେବେ ଏହି ଅଫର ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକରେ ଉପଲବ୍ଧ ହେବ ନାହିଁ । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନରେ ଟିକେଟ୍ ବୁକ୍ କରିପାରିବେ । ଯଦି ଆପଣ ସିନେମା ହଲକୁ ଯାଇ କାଉଣ୍ଟରରୁ ଟିକେଟ୍ ନିଅନ୍ତି, ତେବେ ଆପଣ ଏହାକୁ ୭୫ ଟଙ୍କା ପାଇବେ । ଏଥି ସହିତ ଅନଲାଇନ୍ ଟିକେଟରେ କିଛି ଦେୟ ଲାଗୁ ହେବ । ମୋଟ ଉପରେ କହିବାକୁ ଗଲେ, ଅନଲାଇନ୍ ଟିକେଟର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ରହିବ ।

Get real time updates directly on you device, subscribe now.